ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ୍ଥିତ ଓ୍ୱାଜିର ହସନ ରୋଡରେ ଥିବା ୫ ମହଲା ବିଲ୍ଡିଂ ଭୁଶୁଡିବା ଘଟଣାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ବିଧାୟକ ଶାହିଦ ମନଜୁରଙ୍କ ପୁଅ ନଓ୍ୱାଜିସ ଶାହିଦଙ୍କୁ ପୁଲିସ ଗିରଫ କରିଛି।
ଏହି ଆପାର୍ଟମେଣ୍ଟକୁ ଶାହିଦ ମନଜୁରଙ୍କ ପୁତୁରା ମହମ୍ମଦ ତାରିକ ଏବଂ ପୁଅ ନୱାଜିସ ଶାହିଦ କିଣିଥିଲେ। ପୁଲିସ ଶାହିଦ ମନଜୁରଙ୍କ ପୁଅ ନୱାଜିଶଙ୍କୁ ଗିରଫ କରି ଏକ ଘଣ୍ଟା ପଚରାଉଚରା କରିବା ପରେ ବିଳମ୍ବିତ ରାତିରେ ଲକ୍ଷ୍ନୌ ଆଣିଛି।
ଏହି ଆପାର୍ଟମେଣ୍ଟକୁ ୟାଜଦାନ ବିଲଡର୍ସ ତିଆରି କରିଥିଲା। ଏହାର ନାଁ ବିଧାୟକଙ୍କ ନାତୁଣୀ ନାଁରେ ରଖାଯାଇଥିଲା। ଶାହିଦ ମନଜୁର ମେରଠର କିଠୌରରୁ ବିଧାୟକ ଅଛନ୍ତି। ଗତକାଲି ଆଲୟା ଆପର୍ଟମେଣ୍ଟଟି ଭୁଶୁଡି ପଡିଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଭଗ୍ନାବଶେଷ ତଳୁ ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏବେବି ଆହୁରି ୨ ଜଣ ବିଲ୍ଡିଂର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଅଶଙ୍କା କରାଯାଉଛି।
ତେବେ କେଉଁ କାରଣରୁ ଏହି ୫ ମହଲା ବିଲ୍ଡିଂଟି ଭୁଶୁଡିଥିଲା ସେ ନେଇ ପ୍ରକୃତ କାରଣ ଜଣାପଡିନାହିଁ। ଗତକାଲି ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ତେଣୁ ଏହି ବିଲ୍ଡିଂଟି ଭୂକମ୍ପ ଝଟ୍କାର ପ୍ରଭାବରେ ଭୁଶୁଡି ଯାଇଥିବା କୁହାଯାଉଛି। ଏହି ବିଲ୍ଡିଂରେ ୧୬ଟି ଫ୍ଲାଟ୍ ଥିଲା। ପ୍ରାୟ ୧୫ଟି ପରିବାର ଏଠାରେ ରହୁଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ସନ୍ଧ୍ୟା ୬ଟା ୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/zn9XLPY
No comments:
Post a Comment