ବେଙ୍ଗାଲୁରୁ: ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା। ଦୁର୍ଘଟଣାରେ ଚାଲିଗଲା ୬ ଜଣଙ୍କ ଜୀବନ। କର୍ଣ୍ଣାଟକର ସବଧତି ଟାଉନରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ୍ ଏକ ଗଛ ସହିତ ପିଟି ହୋଇଛି। ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୧୬ ଜଣ ଆହତ ବ୍ୟକ୍ତି ଗୋକୁକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଲିସ କହିବା ଅନୁଯାୟୀ, ୨୩ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ପିକଅପ ଭ୍ୟାନ୍ ବେଲଗାଭିର ହୁଲକୁଣ୍ଡ ଗ୍ରାମରୁ ସଭାଦତ୍ତିର ୟାଲମ୍ମା ମନ୍ଦିରକୁ ଯାଉଥିଲା।
ବାଟରେ ଡ୍ରାଇଭର ଗାଡିର ନିୟନ୍ତ୍ରଣ ହରାଇବାରୁ ଏହା ଗଛକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନେବା ବାଟରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ହନୁମାପ୍ପା (୨୫), ଦୀପା (୩୧), କୁମାରୀ ସଭିଥା (୧୧), ମାରୁଥୀ (୪୨) ଏବଂ ଇନ୍ଦ୍ର (୨୪) । ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାରବର୍ଗ ପାଇଁ କର୍ଣ୍ଣାଟକ ଜଳସେଚନ ମନ୍ତ୍ରୀ ଗୋବିନ୍ଦ କରଜୋଲ ଶୋକ ବ୍ୟକ୍ତକରିଛନ୍ତି । ସେମାନେ କର୍ଣ୍ଣାଟକର ବେଲାଗାଭି ଜିଲ୍ଲାର ହୁଲକୁଣ୍ଡା ଗ୍ରାମରୁ ଆସିଥିଲେ।
ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଆହତଙ୍କ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣା ସମ୍ପର୍କରେ ସେ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଛି। କାଦାକୋଲା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।
The post ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ appeared first on Odisha Reporter.
from Odisha Reporter https://ift.tt/i4eYfZS
No comments:
Post a Comment