ଟ୍ରେନ୍‌ର ଫୁଟ୍‌ ବୋର୍ଡ଼ରେ ବସି ଫସିଲେ ସୋନୁ ସୁଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 4, 2023

ଟ୍ରେନ୍‌ର ଫୁଟ୍‌ ବୋର୍ଡ଼ରେ ବସି ଫସିଲେ ସୋନୁ ସୁଦ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ଜଣାଶୁଣା ସମାଜସେବୀ ସୋନୁ ସୁଦଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ସୋନୁ ସୁଦ ଡୋର୍‌ ନିକଟରେ(ଫୁଟ୍‌ ବୋର୍ଡ଼) ବସିଥିବାରୁ ତାଙ୍କୁ ବୁଧବାର ଉତ୍ତର ରେଳବାଇ ସମାଲୋଚନା କରିଛି।  ଏହା ଏକ  ବିପଦପୂର୍ଣ୍ଣ ବୋଲି କହିଛି ରେଲୱେ। ଏହି ଯାତ୍ରା ସମୟରେ ସୁନୋ ସୁଦ୍‌ ଏକ ଭିଡିଓ କରି ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିବା ବେଳେ ଏହା ଉପରେ ଉଆପତ୍ତି ଉଠାଇଛି ରେଲୱେ। ରେଲୱେ ଟ୍ୱିଟତ କରି କହିଛି ଯେ, ଆପଣ ହେଉଛନ୍ତି ସମଗ୍ର ଦେଶର ଆଦର୍ଶ। ଏହି ଭିଡିଓ ଦେଶକୁ ଭୁଲ ବାର୍ତ୍ତା ଦେବ। ଟ୍ରେନ୍ ଡୋର ନିକଟରେ ଯାତ୍ରା କରିବା ବିପଜ୍ଜନକ ଅଟେ । ଏପ୍ରକାର ଭିଡିଓ ଆପଣଙ୍କ ପ୍ରଶଂସକଙ୍କୁ ଭୁଲ ବାର୍ତ୍ତା ଦେଇପାରେ ।

ଦୟାକରି ଏମିତି କରନ୍ତୁ ନାହିଁ। ସୁଗମ ଏବଂ ନିରାପଦ ଯାତ୍ରାର ମଜା ନିଅନ୍ତୁ ବୋଲି ରେଲୱେ ଟ୍ୱିଟ କରିଛି।  ଅଭିନେତା ସୋନୁ ସୁଦ ଡିସେମ୍ବର ୧୩ ରେ ଟ୍ରେନ୍ ଯାତ୍ରା କରିବାର ଭିଡିଓ ଅପଲୋଡ୍ କରିବା ପରେ ଏଭଳି ପ୍ରତିକ୍ରିୟା ଆସିଛି। ଏହି ଭିଡିଓରେ ଟ୍ରେନ୍‌ଟି ପ୍ଲାଟଫର୍ମ ଦେଇ ଅତିକ୍ରମ କରୁଥିବା ବେଳେ ସୁନୋ ସୁଦ ଫୁଟ୍‌ ବୋର୍ଡ଼ରେ ଗୋଡ଼ ଭାଙ୍ଗି ଏକ ଭିନ୍ନ ଅନ୍ଦାଜରେ ପୋଜ୍ ଦେଇଛନ୍ତି। ଏହା ବିପଜ୍ଜନକ ଯାତ୍ରାକୁ ମଧ୍ୟ ମୁମ୍ବାଇ ରେଲୱେ ପୋଲିସ କମିଶନର ନାପସନ୍ଦ କରିଛନ୍ତି। ବାସ୍ତବ ଜୀବନରେ ତାଙ୍କୁ ଷ୍ଟଣ୍ଟ ନକରିବାକୁ ପରାମର୍ଶ ଦେଇଛନ୍ତି  କମିଶନର।

ଜିଆରପି ମୁମ୍ବାଇ ଟ୍ୱିଟ୍‌ କରି  କରି କହିଛି ଯେ, “ଫୁଟବୋର୍ଡରେ ଯାତ୍ରା କରୁଥିବା ସୋନୁ ସୁଦ ଚଳଚ୍ଚିତ୍ରରେ ମନୋରଞ୍ଜନର ଉତ୍ସ ହୋଇପାରେ ! କିନ୍ତୁ ବାସ୍ତବ ଜୀବନରେ ନୁହେଁ। ଆସନ୍ତୁ ସମସ୍ତ ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁସରଣ କରିବା।  ସମସ୍ତଙ୍କୁ  ନୂତନ ବର୍ଷର ଶୁଭେଚ୍ଛା ।

The post ଟ୍ରେନ୍‌ର ଫୁଟ୍‌ ବୋର୍ଡ଼ରେ ବସି ଫସିଲେ ସୋନୁ ସୁଦ appeared first on Odisha Reporter.



from Odisha Reporter https://ift.tt/c8KkRsm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages