ବୋମା ଆତଙ୍କ, ଜରୁରୀ ଲ୍ୟାଣ୍ଡିଂ କଲା ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 9, 2023

ବୋମା ଆତଙ୍କ, ଜରୁରୀ ଲ୍ୟାଣ୍ଡିଂ କଲା ବିମାନ

ନୂଆଦିଲ୍ଲୀ: ଯାତ୍ରୀବାହୀ ବିମାନରେ ବୋମା ଆତଙ୍କ। ରୁଷର ରାଜଧାନୀ ମସ୍କୋରୁ ଗୋଆ ଆସୁଥିବା ଏକ ବିମାନ ବୋମା ଥିବା ଜାଣିବା ପରେ ଆତଙ୍କ ଖେଳିଯାଇଛି। ଏହାପରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଛି। ଗୁଜରାଟର ଜାମନଗର ବିମାନବନ୍ଦରରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିମାନରେ ଅଧିକାଂଶ ଯାତ୍ରୀ ବିଦେଶୀ ଥିଲେ ବୋଲି ଜଣାପଡ଼ିଛି। ଏହାପରେ ବିମାନର ତନ୍ନ ତନ୍ନ ଯାଞ୍ଚ କରାଯାଇଛି।

ଗୁଜରାଟ ଜାମନଗର ବିମାନ ବନ୍ଦରରେ ଏହି ରୁଷି ବିମାନଟି ୯ ଘଣ୍ଟା ଧରି ଅଟକି ରହିଛି । ଏନ୍‌ଏସ୍‌ଜି ଟିମ୍ ଜାମନଗର ବିମାନ ବନ୍ଦର ପହଞ୍ଚି ବିମାନର ଯାଞ୍ଚ କରିଛନ୍ତି। ବିମାନରେ ୨୩୬ ଜଣ ଯାତ୍ରୀ ଓ ୮ ଜଣ କ୍ରୁ ସଦସ୍ୟ ଥିଲେ। ବିମାନଟି ଗୋଆର ଡାବୋଲିମ ବିମାନବନ୍ଦରରେ ଓହ୍ଲାଇବାର ଥିଲା । ତେବେ ବୋମା ଭୟ ପରେ ଏହାର ଗତିପଥ ବଦଳାଯାଇଥିଲା ଓ ଏହାକୁ ଜାମନଗର ସ୍ଥିତ ଭାରତୀୟ ବାୟୁସେନା ଏୟାରବେସ୍‌ରେ ଅବତରଣ କରାଯାଇଥିଲା।

ବିମାନର ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ମଧ୍ୟ ଏଥିରୁ କୌଣସି ବୋମା ମିଳିନାହିଁ। ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ ସୁରକ୍ଷିତ ଅଛନ୍ତି । ସମସ୍ତଙ୍କୁ ଜାମନଗର ବିମାନବନ୍ଦରକୁ ପଠାଯାଇଛି। ଏନ୍‌ଏସ୍‌ଜି ଟିମ୍ ବିମାନ ବନ୍ଦରରେ ଯାତ୍ରୀଙ୍କ ଲଗେଜ ମଧ୍ୟ ଯାଞ୍ଚ କରିଛନ୍ତି।

ସେପଟେ ଏହି ଘଟଣା ନେଇ ରୁଷ୍ ଦୂତାବାସ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ରୁଷ୍ ଦୂତାବାସ କହିଛି ଯେ, ଭାରତୀୟ ଅଧିକାରୀମାନେ ଯୋଗାଯୋଗ କରି ବିମାନରେ ବୋମା ଭୟ ଥିବା କଥା ଓ ଜରୁରୀ ଅବତରଣ ବିଷୟରେ ଜଣାଇଥିଲେ।

The post ବୋମା ଆତଙ୍କ, ଜରୁରୀ ଲ୍ୟାଣ୍ଡିଂ କଲା ବିମାନ appeared first on Odisha Reporter.



from Odisha Reporter https://ift.tt/gTwZj9y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages