ବିିପଦରେ ଯୋଶୀମଠ: ବର୍ଷା ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 9, 2023

ବିିପଦରେ ଯୋଶୀମଠ: ବର୍ଷା ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ଉତ୍ତରାଖଣ୍ଡ ସ୍ଥିତ ଯୋଶୀମଠର ବିପଦ। ଜମି ଧସିବା ଯୋଗୁ ଘର ଓ ରାସ୍ତାଘାଟ ଫାଟି ଆଁ କରି ସାରିଲାଣି। ଅନେକ ଘର ଭୁଶୁଡିଗଲାଣି। ଏଭଳି ସ୍ଥିତି ଏହି ସ୍ଥାନର ବିପଦ ଆହୁରି ବଢ଼ିବାରେ ଲାଗିଛି। ପ୍ରବଳ ଥଣ୍ଡା ଭିତରେ ଏଠାରେ ବର୍ଷା ଆଲର୍ଟ ଜାରି କରାଯାଇଛି।

ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତା ୧୧ ଓ ୧୨ ଜାନୁଆରୀରେ ଏଠାରେ ବର୍ଷା ହେବା ଆଶଙ୍କା କରାଯାଉଛି। ଯଦି ପାଣିପାଗ ବିଭାଗର ଏହି ଭବିଷ୍ୟବାଣୀ ସଠିକ୍ ହୁଏ ତେବେ ତେବେ ଯୋଶୀମଠ ପାଇଁ ଆହୁରି ବିପଦ ବଢ଼ିପାରେ।

ଚମୋଲିର ଯୋଶୀମଠରେ ବର୍ଷା ଆଲର୍ଟ ଜାରି ହୋଇଛି। ଫଳରେ ଉଦ୍ଧାରକାର୍ଯ୍ୟ ଲାଗିଥିବା ପ୍ରଶାସନର ଟିମ୍ ଓ ପୀଡିତଙ୍କ ଚିନ୍ତା ବଢ଼ିଯାଇଛି। ବର୍ଷା ଆଲର୍ଟ ଭିତରେ ଏଠାରେ ଭୁସ୍ଖଳନ ଭୟ ମଧ୍ୟ ଘାରିବାରେ ଲାଗିଛି। ଚାରିଆଡେ ମାଟି , ଘରଦ୍ୱାର ଭାଙ୍ଗିଯାଉଥିବାରୁ ଲୋକେ ପ୍ରତି ମୁହୂର୍ତ୍ତରେ ନିଜ ଜୀବନକୁ ନେଇ ଚିନ୍ତାରେ ପଡିଛନ୍ତି।

ପାଖାପାଖି ୬୦୦ରୁ ଅଧିକ ପରିବାର କ୍ଷତିଗ୍ରସ୍ତ ହୋଇଥିବାବେଳେ ସେମାନଙ୍କୁ ସୁରକ୍ଷିତ କରିବାକୁ ସେମାନଙ୍କୁ ଅନ୍ୟତ୍ର ସ୍ଥନାନ୍ତର କରୁଛନ୍ତି ସରକାର। ହେଲେ ସେମାନଙ୍କ ମଧ୍ୟରୁ ଅନେକ ନିଜ ଭିଟାମାଟି ଛାଡି ଯିବାକୁ ମଙ୍ଗୁ ନାହାଁନ୍ତି। ଏପରି ସ୍ଥଳେ ଯୋଶୀମଠର ସାଧୁ ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ଅପିଲ କରିଛନ୍ତି। ସେଠାକାର ଲୋକଙ୍କ ଜୀବନକୁ ସୁନିଶ୍ଚିତ କରିବାକୁ ନେଇ ବିଚାର କରିବାକୁ କୋର୍ଟଙ୍କୁ ଆବେଦନ କରିଛନ୍ତି।

The post ବିିପଦରେ ଯୋଶୀମଠ: ବର୍ଷା ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ appeared first on Odisha Reporter.



from Odisha Reporter https://ift.tt/lp8cunr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages