ପୋଖରା: ନେପାଳର ପୋଖରାରେ ରବିବାର ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାର କାରଣ କହିବ ବ୍ଲାକବକ୍ସ। ଆଜି ଉଦ୍ଧାରକାରୀ ଦଳ ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାସ୍ଥଳରୁ ବ୍ଲାକବକ୍ସକୁ ଠାବ କରିଛନ୍ତି। ବିମାନର ବ୍ଲାକବକ୍ସରେ ଦୁର୍ଘଟଣାର ପ୍ରକୃତ କାରଣ ରେକର୍ଡ ହୋଇ ରହିଥାଏ। ତେଣୁ କେଉଁ ପରିସ୍ଥିତିରେ ବିମାନିଟି କ୍ରାଶ କଲା, ତା’ର କାରଣ ଏବେ ଠାବ ହୋଇଥିବା ବ୍ଲାକବକ୍ସରୁ ଜଣାପଡ଼ିବ ବୋଲି ସମସ୍ତେ ଆଶା ରଖିଛନ୍ତି।
ରବିବାର ଦିନ ପ୍ରାୟ୧୧ଟା ବେଳେ ପୋଖରାର ସେତୀ ନଦୀ କୂଳରେ ୟେତି ଏୟାରଲାଇନ୍ସର ଯାତ୍ରିବାହୀ ବିମାନ କ୍ରାଶ ହୋଇଯାଇଥିଲା। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯିବାରୁ ଏଥିରେ ଥିବା ସମସ୍ତ ୭୨ ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଥିଲା।
ଦିନ ତମାମ ସର୍ଚ୍ଚ ଅପରେସନ ପରେ କେବଳ ୬୮ ଜଣଙ୍କ ମୃତଦେହ ମିଳିଥିଲା। ବାକି ୪ ଜଣଙ୍କୁ ଠାବ କରିବା ପାଇଁ ଆଜି ସକାଳୁ ପୁଣି ଅଭିଯାନ ଆରମ୍ଭ କରାଯାଇଛି। ଏହି ସମୟରେ ଘଟଣାସ୍ଥଳରୁ ବ୍ଲାକବକ୍ସ ମିଳିଥିବା କାଠମାଣ୍ଡୁ ଏୟାରପୋର୍ଟର ଅଧିକାରୀ ଶେର ବାହାଦୂର ଠାକୁର କହିଛନ୍ତି। ତେବେ ଏଯାଏ ବିମାନରେ ଥିବା ବାକି ୪ ଜଣଙ୍କ ମୃତଦେହ ମିଳି ନାହିଁ। ଏହାକୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି।
ଦୁଇ ଇଞ୍ଜିନ ବିଶିଷ୍ଟ ଏଟିଆର ୭୨ ବିମାନଟି କାଠମାଣ୍ଡୁରୁ ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ପୋଖରା ଯାଉଥିଲା। ୧୦.୩୩ରେ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ୧୧ଟାରେ ପୋଖରାରେ ଅବତରଣ କରିଥାଆନ୍ତା। କିନ୍ତୁ ଲ୍ୟାଣ୍ଡିଂର ୧୦ ସେକେଣ୍ଡ ପୂର୍ବରୁ ଏହା ନିୟନ୍ତ୍ରଣ ହରାଇ ନଦୀ କୂଳରେ ଖସି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା।
ଦୁର୍ଘଟଣାଗ୍ରସ୍ତ ବିମାନରେ ୫ଜଣ ଭାରତୀୟ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବିମାନ କ୍ରାଶ ପୂର୍ବରୁ ଫେସବୁକରେ ଲାଇଭ ଚିତ୍ର ଛାଡ଼ିଥିଲେ। ଏହି ଲାଇଭ ଭିଡିଓ ରେକର୍ଡିଂ ବେଳେ ହିଁ ବିମାନଟି କ୍ରାଶ ହୋଇଯାଇଥିଲା। ଫଳରେ ୫ ଜଣ ଯାକ ଭାରତୀୟ ପ୍ରାଣ ହରାଇଛନ୍ତି। ଏହି ଭାରତୀୟମାନେ ଜାନୁଆରୀ ୧୩ରେ କାଠମାଣ୍ଡୁ ବୁଲିବାକୁ ଯାଇଥିଲେ।
The post ନେପାଳ ବିମାନ କ୍ରାଶ: ମିଳିଲା ବ୍ଲାକବକ୍ସ, ଖୋଲିବ ଦୁର୍ଘଟଣାର ରହସ୍ୟ appeared first on Odisha Reporter.
from Odisha Reporter https://ift.tt/pFQeiB2
No comments:
Post a Comment