ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ବାଦବିବାଦ ପରେ ରାଜ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ୮.୧୭ ଲକ୍ଷ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସ୍ୱତନ୍ତ୍ରରେ ୧.୪୨ ଲକ୍ଷ ଘର ହିତାଧିକାରୀଙ୍କୁ ମିଳିବ। ଏନେଇ ଆଜିଠାରୁ ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ ହେବ। ସବୁ ପଞ୍ଚାୟତ ଅଫିସରେ ସମ୍ଭାବ୍ୟ ତାଲିକା ଲାଗିବ। ଏହି ଯୋଗ୍ୟ ତାଲିକା ଆସନ୍ତା ୧୬ରୁ ୨୪ ତାରିଖ ଯାଏଁ ପ୍ରଦର୍ଶିତ ହେବ।
ପ୍ରାୟ ୯ ଲକ୍ଷରୁ ଅଧିକ ଲକ୍ଷ ଲୋକଙ୍କୁ ମିଳିବ ଘର। ଏଥିରେ ଯଦି କେହି ଅଯୋଗ୍ୟ ହିତାଧିକାରୀ ଥିବା ନେଇ କାହାର ଅଭିଯୋଗ ଥିବ ତାହାହେଲେ ଜାନୁଆରୀ ୨୪ ତାରିଖ ସୁଦ୍ଧା ବିଧିବଦ୍ଧ ଭାବେ ଅଭିଯୋଗ କରିପାରିବେ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କୁହାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ କହିଥିଲେ ଯେ ଆବାସ ଯୋଜନାରେ ଘର ପାଇବାକୁ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ଜାନୁଆରୀ ୧୬ରୁ ଜାନୁଆରୀ ୨୪ ମଧ୍ୟରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ଅଙ୍ଗନବାଡ଼ି ସେଣ୍ଟର ଓ ଗ୍ରାମର ପ୍ରମୁଖ ସ୍ଥାନଗୁଡ଼ିକରେ ପ୍ରଦର୍ଶିତ ହେବ। ଏହି ତାଲିକାରେ ଯଦି କୌଣସି ଅଯୋଗ୍ୟ ପରିବାରଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥାଏ, ତେବେ ଯେ କେହିବି ଅଯୋଗ୍ୟ ପରିବାରଙ୍କ ନାମରେ ଅଭିଯୋଗ ଦାଖଲ କରିପାରିବେ। ଏହାକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନିଆଯିବ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ୯ ଲକ୍ଷ ୫୯ ହଜାର ଘର ବଣ୍ଟନ ହେବ। ଏଥି ମଧ୍ୟରୁ ଫନି ପ୍ରଭାବିତ ୧୪ ଜିଲ୍ଲା ଲାଗି ୧ ଲକ୍ଷ ୪୨ ଘର ବଣ୍ଟନ ହେବ।
The post ସବୁ ପଞ୍ଚାୟତରେ ଲାଗିବ ପିଏମ ଆବାସ ହିତାଧିକାରୀ ତାଲିକା appeared first on Odisha Reporter.
from Odisha Reporter https://ift.tt/8aPq1np
No comments:
Post a Comment