କେଜ୍ରିୱାଲ କହିଲେ- ଏଲଜି କିଏ? ଉତ୍ତର ଆସିଲା- ସମ୍ବିଧାନ ଦେଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 20, 2023

କେଜ୍ରିୱାଲ କହିଲେ- ଏଲଜି କିଏ? ଉତ୍ତର ଆସିଲା- ସମ୍ବିଧାନ ଦେଖ

ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ବିନୟ ସକସେନା । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଉପରାଜ୍ୟପାଳଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବେଳେ ଏହାର ପ୍ରତ୍ୟୁତ୍ତର ରଖିଛନ୍ତି ଖୋଦ ଉପରାଜ୍ୟପାଳ ।

ଏଲଜି କିଏ, ସେ କେଉଁଠୁ ଆସିଲେ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିବା ବେଳେ ଏହାର ଉତ୍ତର ଚିଠି ଲେଖି ଜଣାଇଛନ୍ତି ଉପରାଜ୍ୟପାଳ । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିଭ୍ରାନ୍ତିକର, ଭୁଲ ଏବଂ ବଦନାମ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି ସେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ଏତେ ସବୁ ପ୍ରଶ୍ନ ପଚାରିବା ପରିବର୍ତ୍ତେ ସମ୍ବିଧାନ ଦେଖିଲେ ଆପଣ ଏଲଜି କିଏ ଜାଣିପାରିବେ ତଥା ନିଜ ପ୍ରଶ୍ନର ଉତ୍ତର ପାଇପାରିବେ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।

ନିଜ ପ୍ରତିକ୍ରିୟାରେ ନୂଆଦିଲ୍ଲୀ ଏଲ୍‌ଜି ବିନୟ ସକସେନା କହିଛନ୍ତି, ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀଙ୍କୁ ଲଞ୍ଚ କରିବାକୁ ନିମନ୍ତ୍ରଣ କରିଥିଲି। ମାତ୍ର ସେ ଏହାକୁ ଗ୍ରହଣ ନ କରି ନିଜ ବିଧାୟକମାନଙ୍କ ସହ ଗତ ୧୬ ତାରିଖରେ ରାଜନିବାସ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ନିଜ ସହ ପ୍ରାୟ ୮୦ ବିଧାୟକ ଆଣି ମୋ’ ସହ ସାକ୍ଷାତ କରିବାକୁ ଚାହୁଁଥିବା ଜଣାଇଥିଲେ। ହେଲେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏତେ ସଂଖ୍ୟକ ଲୋକଙ୍କ ସହ ସାକ୍ଷାତ ଅସମ୍ଭବ ବୋଲି ଜଣାଇଥିଲି। କାରଣ ଏଥିନିମନ୍ତେ ମୁଁ ପ୍ରସ୍ତୁତ ନ ଥିଲି। ହେଲେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ରାଜନୀତି କରିବା ଆରମ୍ଭ କରିଥିଲେ ଏବଂ ଏଲଜି ଭେଟିବାକୁ ମନା କରି ଦେଉଥିବା ପ୍ରଚାର କଲେ।

ଏହାବାଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଲଜି କହିଛନ୍ତି, ସହରରେ ଅନେକ ବିକାଶ ସମ୍ବନ୍ଧୀୟ ପ୍ରସଙ୍ଗ ଥିବା ବେଳେ ଆପଣ ବିରୋଧ ପ୍ରଦର୍ଶନ କରିବାକୁ କିପରି ସମୟ ପାଉଛନ୍ତି । ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ଉପସ୍ଥାନ ହ୍ରାସ ପାଉଛି ଏବଂ ଛାତ୍ରଛାତ୍ରୀଙ୍କ ନାମ ଲେଖା ମଧ୍ୟ ହ୍ରାସ ପାଇଛି। ଦିଲ୍ଲୀରେ ସ୍କୁଲ ପ୍ରତିଷ୍ଠା ନିମନ୍ତେ ସରକାରଙ୍କୁ ୧୩ଟି ପ୍ଲଟ ଆବଣ୍ଟନ ହୋଇଥିଲେ ବି ଗତ ୮ ବର୍ଷରେ ଗୋଟିଏ ବି ନୂଆ ସ୍କୁଲ ହୋଇ ନାହିଁ। ଏ ସବୁ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଦିଲ୍ଲୀବାସୀ ଉପକୃତ ହୁଅନ୍ତେ ବୋଲି କହିଛନ୍ତି ଉପରାଜ୍ୟପାଳ ବିନୟ ସକସେନା ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/NzALo7s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages