ଟପ୍ କ୍ୟାଡର ନକ୍ସଲଙ୍କ ନାଁରେ ଲାଗିଲା ପୋଷ୍ଟର, ମୁଣ୍ଡପିଛା ୧୦ ଲକ୍ଷ ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 20, 2023

ଟପ୍ କ୍ୟାଡର ନକ୍ସଲଙ୍କ ନାଁରେ ଲାଗିଲା ପୋଷ୍ଟର, ମୁଣ୍ଡପିଛା ୧୦ ଲକ୍ଷ ପୁରସ୍କାର

କୋରାପୁଟ ବସଷ୍ଟାଣ୍ଡରେ ୪ଜଣ ଟପ୍ କ୍ୟାଡର ନକ୍ସଲଙ୍କ ନାଁରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ବା ଏନ୍‌ଆଇଏ ପକ୍ଷରୁ ପୋଷ୍ଟର ମରାଯାଇଛି । ଏନଆଇଏ ପକ୍ଷରୁ ଏହି ପୋଷ୍ଟର ମରାଯାଇଛି। ସେମାନଙ୍କୁ ଧରାଇଦେଲେ ବା ସେମାନଙ୍କ ବିଷୟରେ ସୂଚନା ଦେଲେ ମୁଣ୍ଡପିଛା ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

ପୋଷ୍ଟରରେ ଯେଉଁ ଚାରି ଜଣଙ୍କ ନାଁ ରହିଛି ସେମାନେ ଟପ୍ କ୍ୟାଡର ନକ୍ସଲ ନେତା ଅଟନ୍ତି। ସେମାନେ ହେଲେ ଜଳୁମାରି ଶ୍ରିନୁ ବାବୁ, ଖିଲୋ ରଞ୍ଜୁ, ଗଜରଲା ରବି ଓ ମେତୁରୁ ଜଗା ରାଓ। ଆଜି ସକାଳେ ଏହି ପୋଷ୍ଟରଟି ଲଗାଯାଇଛି। ସୂଚନା ଦାତାଙ୍କ ତଥ୍ୟ ସମ୍ପୂର୍ଣ୍ଣ ଗୋପନ ରଖାଯିବା ନେଇ ଏନ୍‌ଆଇଏ ପକ୍ଷରୁ ଉଲ୍ଲେଖ ରହିଛି। କୋରାପୁଟ ବସଷ୍ଟାଣ୍ଡରେ ଲାଗିଥିବା ପୋଷ୍ଟରକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/YRaVEMD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages