ନୂଆଦିଲ୍ଲୀ: ଆମେରିକାରେ ପୁଣି ଫୁଟିଲା ଗୁଳି। ଆମେରିକାର କାଲିଫର୍ଣ୍ଣିଆରେ ସୋମବାର ଏକ ଘରେ ଆଖିବୁଜା ଗୁଳିମାଡ ହୋଇଛି। ଏଥିରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଗୁଳିମାଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବନ୍ଧୁକଧାରୀମାନେ ଘରେ ପଶି ଗୁଳିମାଡ କରିଥିବାରୁ ଆମେରିକାର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତର ପ୍ରଶ୍ନ ଉଠିଛି।
ସୂଚନା ମୁତାବକ, ସୋମବାର ରାତିରେ ଏହି ଗୁଳିକାଣ୍ଡ ଘଟିଛି। ଅତି କମ୍ରେ ଦୁଇ ଜଣ ବନ୍ଧୁକଧାରୀ ଏହି ଗୁଳିକାଣ୍ଡ ଘଟାଇଥିବା ସେରିଫ କାର୍ଯ୍ୟଳୟ ସୂତ୍ରରୁ ସୂଚନା ମିଳିଛି। ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ, ଭିସାଲିଆର ପୂର୍ବରେ ଥିବା ଗୋସେନ ଅଞ୍ଚଳରେ ସୋମବାର ରାତି ପ୍ରାୟ ୩ଟାରେ ଏକ ଘରେ ହଠାତ୍ ଦୁର୍ବୃତ୍ତମାନେ ଅତର୍କିତ ଗୁଳିମାଡ କରିଥିଲେ। ଏହା ଜଣାପଡିବା ପରେ ପୁଲିସ ପହଞ୍ଚି ଯାଇଥିଲା।
ଦୁର୍ବୃତ୍ତମାନେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୭ ବର୍ଷୀୟ ମା’ ଓ ତାଙ୍କର ୬ ମାସର ଶିଶୁ ମଧ୍ୟ ସାମିଲ ଅଛି। ଘର ସମ୍ମୁଖରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଘର ଭିତରୁ ପ୍ରାୟ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅତି ସଂକଟାପନ୍ନ ଅବସ୍ଥାରେ ଆଉ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କ ପ୍ରାଣ ଚାଲିଯାଇଥିଲା।
ଆମରିକାର ଆଇନଶୃଙ୍ଖଳା କାର୍ଯ୍ୟାଳୟ ସେରିଫର ମାଇକ ବୌଡରେକ୍ସଙ୍କ କହିବା ମୁତାବକ, ଦୁଇ ଜଣ ବନ୍ଧୁକଧାରୀ ଏହି କାର୍ଯ୍ୟ କରିଛନ୍ତି। ଏମାନେ ଏକ ଗ୍ୟାଙ୍ଗରେ ଅନ୍ତଭୁର୍କ୍ତ ଅଛନ୍ତି। ଉକ୍ତ ଘରେ କିଛି ଦିନ ତଳେ ନିଶାକାରବାର ବ୍ୟାପାର ନେଇ ଚଢ଼ଉ କରାଯାଇଥିଲା। ତେଣୁ ଉକ୍ତ ପରିବାରକୁ କେନ୍ଦ୍ରକରି ଏହି ଗୁଳିକାଣ୍ଡ ହୋଇଥାଇପାରେ। ଏହି ଘଟଣାର ତଦନ୍ତ ଜାରି ରହିଛି ।
The post ପୁଣି ଆମେରିକାରେ ଫୁଟିଲା ଗୁଳି, ୬ ମୃତ appeared first on Odisha Reporter.
from Odisha Reporter https://ift.tt/zn1Nv9O
No comments:
Post a Comment