ଅବଦୁଲ ରେହମାନ ବିଶ୍ୱ ଆତଙ୍କବାଦୀ ଘୋଷିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 16, 2023

ଅବଦୁଲ ରେହମାନ ବିଶ୍ୱ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ପାକିସ୍ତାନୀ ଆତଙ୍କବାଦୀ ହାପିଜ ସଇଦର ଭିଣେଇ ଅବଦୁଲ ରେହମାନ ମକ୍କି ବିଶ୍ୱ ଆତଙ୍କବାଦୀ ଘୋଷିତ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ତାକୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି। ମାକ୍କି ହେଉଛନ୍ତି ଲସ୍କର–ଇ–ତୋଇବା ତଥା ୨୬/୧୧ ଘଟଣାର ମାଷ୍ଟର ମାଇଣ୍ଡ।

ଅବଦୁଲ ରେହମାନର ନାଁ ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ ହେବା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ବିଶେଷ କଥା ହେଉଛି ଏଥର ଚୀନ୍ ମଧ୍ୟ ପାକିସ୍ତାନକୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦେଇଛି। ଚୀନ୍ ଏଥର ନିଜ ଭିଟୋ ଶକ୍ତି ବ୍ୟବହାର କରିନାହିଁ। ଏହାପୂର୍ବରୁ ଚୀନ୍ ଥରେ ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷିତରୁ ରକ୍ଷା କରିଛି।

ଆତଙ୍କବାଦ ଉପରେ ଡୁଆଲ୍ ମନୋଭାବ ଗ୍ରହଣ କରିବା ପାଇଁ ଗତ ଦୁଇ ବର୍ଷ ମଧ୍ୟରେ ଭାରତ ଯେପରି ଚୀନ୍‌କୁ ଖୋଲାଖୋଲି ଭାବେ ଅପମାନିତ କରିଥିଲା, ତା’ର ପ୍ରଭାବ ଏବେ ଚୀନ୍ ଉପରେ ସ୍ପଷ୍ଟ ଦେଖିବାକୁ ମିଳିଛି । ସେଥିପାଇଁ ସି ଜିନପିଙ୍ଗ ଚାହିଁଲେ ବି ତାଙ୍କ ବନ୍ଧୁ ପାକିସ୍ତାନକୁ ସାହାଯ୍ୟ କରିପାରିନାହାନ୍ତି।

ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଗତବର୍ଷ ଜୁନରେ ଅବଦୁଲ ରେହମାନଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ ଅଟକାଇ ଦେଇଥିଲା। ସୂଚନାଯୋଗ୍ୟ ଯେ, ଭାରତର ଜମ୍ମୁ କଶ୍ମୀରରେ ବିଭିନ୍ନ ପ୍ରକାର ଅରାଜକତା କରିବାରେ ଅବଦୁଲ ରେହମାନର ହାତ ରହିଛି। ଏହା ଜଣାପଡିବା ପରେ ଭାରତ ପକ୍ଷରୁ ଆତଙ୍କବାଦୀ ତାଲିକାରେ ତା ନାମ ଯୋଡାଯାଇଥିଲା।

ଅବଦୁଲ ରେହମାନ କିଏ?

ଅବଦୁଲ ରେହମାନ ମକ୍କି କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦର ଭିଣେଇ। ସେ ଲସ୍କର-ଇ-ତୋଇବା ତଥା ଜମାତ-ଉତ-ଦାବାର ପଲିଟିକାଲ ୱିଙ୍ଗ କମାଣ୍ଟର। ସେ ଲସ୍କର-ଇ-ତୋଇବାର ଅନ୍ତରାଷ୍ଟ୍ରୀୟ ମାମଲାର ପ୍ରମୁଖ ମଧ୍ୟ। ଅବଦୁଲ ରେହମାନ ଭାରତର ଜମ୍ମୁ କଶ୍ମୀର ସମେତ ଦେଶର ଅନେକ ସ୍ଥାନରେ ଆତଙ୍କବାଦୀ ଘଟଣା ଘଟାଇଛି। ଆତଙ୍କବାଦୀମାନଙ୍କୁ ନିଜ କ୍ୟାମ୍ପରେ ଭର୍ତ୍ତି କରାଇବା ଓ ସେମାନଙ୍କୁ ଟ୍ରେନିଂ ଦେବା ସହ ଟେରର୍ ଫଣ୍ଡିଂ ତା’ର ମୁଖ୍ୟ କାମ। ୨୦୦୦ ମସିହାରେ ଦିଲ୍ଲୀ ଲାଲ କିଲା ଓ ୨୦୦୮ରେ ରାମପୁର କ୍ୟାମ୍ପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ଅବଦୁଲର ହାତ ଥିଲା।

The post ଅବଦୁଲ ରେହମାନ ବିଶ୍ୱ ଆତଙ୍କବାଦୀ ଘୋଷିତ appeared first on Odisha Reporter.



from Odisha Reporter https://ift.tt/ECdAPTH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages