ଆମେରିକାର ଏକ ସ୍କୁଲରେ ପୁଣି ଥରେ ଫୁଟିଛି ଗୁଳି। ଏଥର ଡେସ୍ ମୋଇନେସ୍ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟି ୨ ନିରୀହ ଛାତ୍ରଙ୍କ ଜୀବନ ଯାଇଛି। ଏଥିରେ ଜଣେ ଶିକ୍ଷକ ବି ଗୁରୁତର ହୋଇଥିବା ଜଣାଯାଇଛି।
ଆମେରିକାର ଗଣମାଧ୍ୟମ ଅନୁଯାୟୀ, ସୋମବାର ଅପରାହ୍ନରେ ଡେସ୍ ମୋଇନେସ୍ସ୍ଥିତ ଆଇୱା ଚାର୍ଟର୍ ସ୍କୁଲରେ ପିଲାମାନେ ପଢ଼ୁଥିବା ବେଳେ ଏହି ଗୁଳି ବିନିମୟ ଘଟିଥିଲା। ଗୁଳି ବିନିମୟରେ ଆହତ ଛାତ୍ରଦ୍ୱୟଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଛାତ୍ର ଆଖି ବୁଜି ଦେଇଥିଲେ। ଏହି ଘଟଣାରେ ଗୁଳି ମାଡ଼ର ଜଣେ ଶିକ୍ଷକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି
ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ପୁଲିସ୍ ଘଟଣାସ୍ଥଳରୁ ପ୍ରାୟ ୨ କିମି ଦୂରରେ ଏକ କାର୍କୁ ଅଟକାଇ ୩ ସନ୍ଦିଗ୍ଧଙ୍କୁ କାବୁ କରିଛି।
ଶନିବାର ରାତିରେ ଦକ୍ଷିଣ କାଲିଫର୍ନିଆରେ ଗୁଳି ବିନିମୟ ପରେ ଏହି ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଥିଲା। ଏହାପୂର୍ବରୁ ଜଣେ ୭୨ ବର୍ଷ ବୟସ୍କ ବ୍ୟକ୍ତି ଏକ ଡ୍ୟାନ୍ସ ହଲରେ ୧୧ ଜଣଙ୍କୁ ଗୁଳି କରିଥିଲେ। ଏହାପରେ ସେ ନିଜକୁ ବି ଗୁଳି କରି ଦେଇଥିଲେ।
ଆମେରିକାରେ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଛୋଟ ପିଲାଙ୍କ ସମେତ ସାଧାରଣ ବ୍ୟକ୍ତି ଏହାର ଶିକାର ହେଉଛନ୍ତି। ଏହାକୁ ନେଇ ଚାରିଆଡ଼େ ଉଦବେଗ ପ୍ରକାଶ ପାଉଥିବା ବେଳେ ଏହାକୁ ରୋକିବାକୁ କଠୋର ଆଇନ ପ୍ରଣୟନ ହେଉ ନ ଥିବାରୁ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vPScQXt
No comments:
Post a Comment