ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଗଣଦୁଷ୍କର୍ମ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 23, 2023

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଗଣଦୁଷ୍କର୍ମ!

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକ ସଂଘବଦ୍ଧ ଭାବେ ଘରେ ପଶି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ। ଏନେଇ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଡାକ୍ତରୀମାଇନା ହୋଇଛି କି ନାହିଁ ସ୍ପଷ୍ଟ ହୋଇନାହିଁ।

ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ କିଛି ଯୁବକ ସଂଘବଦ୍ଧ ଭାବେ ପୀଡ଼ିତା ମହିଳାଙ୍କ ଘରେ ପଶି ତାଙ୍କ କାରକୁ ଭଙ୍ଗାରୁଜା କରିଥିଲେ। କାହିଁକି ଗାଡ଼ି ଭାଙ୍ଗୁଛ ବୋଲି ମହିଳା ଜଣଙ୍କ ଆସି ବିରୋଧ କରିଥିଲେ। ପରେ ଯୁବକମାନେ ମହିଳାଙ୍କୁ ଘର ଭିତରକୁ ଟାଣି ନେଇ ଗଣ ଦୁଷ୍କର୍ମ କରିଥିଲେ। ମହିଳାଙ୍କ ପାଟି ଶୁଣି ତାଙ୍କୁ ଦେଢ଼ ଶାଶୁ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ। ଯୁବକମାନେ ତାଙ୍କୁ ଛାଡ଼ି ନଥିଲେ। ତାଙ୍କୁ ମଧ୍ୟ ମାରପିଟ୍‌ କରିଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ସମୟରେ ମହିଳାଙ୍କ ସ୍ୱାମୀ ଘରେ ନଥିଲେ।

ପୀଡ଼ିତା ମହିଳାଙ୍କ ସ୍ଵାମୀ କହିଛନ୍ତି, ଗତ ୨ ମାସ ପୂର୍ବେ ଜଣେ ବ୍ୟକ୍ତି ମଦ୍ୟପାନ କରି ମୋ ଘର ପାଖରେ ଖରାପ ଭାଷାରେ ଗାଳିଗୁଲଜ କରୁଥିଲା। ମୁଁ ତାକୁ ପ୍ରତିବାଦ କରିବାରୁ ତାଙ୍କ ସହିତ ମୋର ଝଗଡା ହୋଇଥିଲା। ସେ ମୋତେ ହାଣିବାକୁ ଗୋଡ଼ାଇଥିଲା। ମୁଁ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲି। ଥାନାରେ ଏନେଇ ବୁଝାମଣା ହୋଇଯାଇଥିଲା। ସେହି ରାଗ ସୁଝେଇବାକୁ ଯାଇ ସେହି ବ୍ୟକ୍ତିର ସହଯୋଗୀ ମାନେ ଏପରି କରିଛନ୍ତି। ମୁଁ ନ୍ୟାୟ ଚାହୁଁଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ।

ସଦର ଥାନା ଆଇଆଇସି କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/OE8zQex

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages