ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଆମେରିକାର ଆର ବୋନୀ ଗାବ୍ରିଏଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 15, 2023

ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଆମେରିକାର ଆର ବୋନୀ ଗାବ୍ରିଏଲ

ୱାଶିଂଟନ: ଆମେରିକାର ଆର ବୋନୀ ଗାବ୍ରିଏଲ ବନିଛନ୍ତି ୨୦୨୨ର ବ୍ରହ୍ମାଣ୍ଡ ସୁନ୍ଦରୀ। ସେ ଦୁନିଆର ୮୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍‌ ୟୁନିର୍ଭସର ୭୧ତମ ସଂସ୍କରଣରେ ଜିତିଛନ୍ତି ମୁକୁଟ। ତାଙ୍କୁ ୨୦୨୧ର ବ୍ରହ୍ମାଣ ସୁନ୍ଦରୀ ତଥା ଭାରତ ହରନାଜ ସାନ୍ଧୁ ତାଙ୍କୁ ବିଜୟ ତାଜ୍‌ ପିନ୍ଧାଇ ବ୍ରହ୍ମାଣ ସୁନ୍ଦରୀ ସମ୍ମାନରେ ସମ୍ମାନୀତ କରିଛନ୍ତି।

ମିସ୍‌ ୟୁନିର୍ଭସର ପ୍ରଥମ ରନର୍ସଅପ ଭେନେଜୁଆଲର ଅମନ୍ଦା ଡୁଡାମେଲ ହୋଇଥିବା ବେଳେ ଦ୍ୱିତୀୟ ରନର୍ସଅପର ମୁକୁଟ ଡୋମିନିକାନ ରିପ୍ଲବିକର ଆଣ୍ଡ୍ରେଇନା ମାର୍ଟିନେଜ ହାତେଇଛନ୍ତି। ବ୍ରହ୍ମାଣ ସୁନ୍ଦରୀ ହେବା ଦୌଡ଼ରେ ଭାରତର ଦିବିତା ରାୟ ମଧ୍ୟ ରହିଥିଲେ। ସେ ଟପ୍‌ ୧୬ରେ ମଧ୍ୟ ପହଞ୍ଚି ଯାଇଥିଲେ। ହେଲେ ଟପ୍‌ ୫ରେ ନିଜର ସ୍ଥାପ ପକ୍କା କରି ପାରି ନଥିଲେ।

ଆର ବୋନୀ ବ୍ରାହ୍ମାଣ୍ଡ ସୁନ୍ଦରୀ ହେବା ପରେ ତାଙ୍କ ବିଷୟରେ ଜାଣିବା ପାଇଁ ଅନେକ ଲୋକ ସୋଶାଲ ମିଡିଆରେ ଆଗ୍ରହ ଦେଖାଇଛନ୍ତି।

ଆର ବୋନୀ କିଏ?

ଆର ବୋନୀ ୧୯୯୪ ମସିହା ମାର୍ଚ୍ଚ ୨୦ରେ ଟେକ୍ସାସର ସାନ ଆଣ୍ଟୋନିଓରେ ଜନ୍ମ ଗ୍ରହଣ କରିଥିଲେ। ସେ ହେଉଛନ୍ତି ରେମିଗିଓ ବୋନଜୋ ଆର ବନ ଗ୍ରାବିଏଲଙ୍କ ଝିଅ। କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳରେ ସାଇକୋଲୋଜିରେ ଡିଗ୍ରୀ ହାସଲ କରିବା ପାଇଁ ମାତ୍ର ୨୫ ବର୍ଷ ବୟସରେ ଆର ବୋନୀଙ୍କ ବାପା ଆମେରିକା ଚାଲି ଆସିଥିଲେ। ଏଠାରେ ରହିବା ସହ ଆମେରିକାର ନାଗରିକତା ମଧ୍ୟ ଗ୍ରହଣ କରିଥିଲେ। ଏହି ରହଣୀ ଭିତରେ ସେ ଆମେରିକାର ଡାନା ୱାଲକେରଙ୍କୁ ବିବାହ କରିଥିଲା। ଡାନାଙ୍କ ଔରସରୁ ୧୯୯୪ରେ ଜନ୍ମ ଗ୍ରହଣ କରିଥିବା ବୋନୀ ଆଜି ମିସ ୟୁନିର୍ଭସ ବନିଛନ୍ତି।


ବୋନୀ ହେଉଛନ୍ତି ଜଣେ ଇକୋ ଫ୍ରେଣ୍ଡଲୀ ଫ୍ୟାଶନ ଡିଜାଇନର। କଳା, କ୍ରୀଡ଼ା ଓ ଟ୍ରାଭେଲରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି। ସ୍କୁଲ ସମୟରେ ଭଲିବଲ ଖେଳୁଥିବା ବୋନୀ ଶେଷରେ ଫ୍ୟାଶନ ଜଗତରେ ପ୍ରବେଶ କରିଥିଲେ। ମାତ୍ର ୧୫ ବର୍ଷ ବୟସରେ ସେ ଫ୍ୟାବ୍ରିକ ଓ ଟେକ୍ସଟାଲ ଡିଜାଇନ ଆରମ୍ଭ କରିଥିଲେ। ଉତ୍ତର ଟେକ୍ସାସରେ ଥିବା ବିଶ୍ୱବିଦ୍ୟାଳୟରୁ ସେ ଫ୍ୟାଶନ ଡିଜାଇନରେ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ ନିଜସ୍ୱ କମ୍ପାନୀ ଆର ବୋନୀ ନୋଇଆର ସିଇଓ ଭାବେ କାମ କରୁଛନ୍ତି।

The post ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଆମେରିକାର ଆର ବୋନୀ ଗାବ୍ରିଏଲ appeared first on Odisha Reporter.



from Odisha Reporter https://ift.tt/uFkY4Kd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages