ଆପତ୍ତିଜନକ ଅବସ୍ଥାରେ ଦେଖି ପତ୍ନୀଙ୍କ ପ୍ରେମିକର ମୁଣ୍ଡ କାଟିଦେଲା ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 14, 2023

ଆପତ୍ତିଜନକ ଅବସ୍ଥାରେ ଦେଖି ପତ୍ନୀଙ୍କ ପ୍ରେମିକର ମୁଣ୍ଡ କାଟିଦେଲା ସ୍ୱାମୀ

ରାଞ୍ଚି: ପରପୁରୁଷ ସହ ପତ୍ନୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ନିଜର ହିତାହିତ ଜ୍ଞାନ ହରାଇଛନ୍ତି ସ୍ୱାମୀ। ରାଗରେ ସେ ପତ୍ନୀଙ୍କ ପ୍ରେମିକକୁ ଗଛରେ ବାନ୍ଧି ତାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଇଛନ୍ତି। ହେଲେ ପତ୍ନୀଙ୍କର କୌଣସି ପ୍ରକାରର କ୍ଷତି କରି ନାହାନ୍ତି। ଝାରଖଣ୍ଡର ଲୋନଜୋ ଗାଁରେ ଏପରି ଘଟଣା ଘଟିଥିବା ବେଳେ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀ ବିଶ୍ୱନାଥ ସୁଣ୍ଢିଙ୍କୁ ଗିରଫ କରିଛି। ଏଥିସହ ପତ୍ନୀଙ୍କ ପ୍ରେମିକର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଦୀର୍ଘଦିନ ହେଲା ବିଶ୍ୱନାଥ ତାଙ୍କ ପତ୍ନୀଙ୍କ ଚାଲିଚଲଣକୁ ନେଇ ସନ୍ଦେହ କରୁଥିଲେ। ଶ୍ୟାମଲାଲ ନାମକ ଜଣେ ଯୁବକଙ୍କ ସହ ପତ୍ନୀଙ୍କର ଅନୈତିକ ସମ୍ପର୍କ ଥିବା ସେ ଆକଳନ କରୁଥିଲେ। ହେଲେ କୌଣସି ପ୍ରକାରର ପ୍ରମାଣ ତାଙ୍କ ପାଖରେ ନଥିଲା। ତେବେ ଶୁକ୍ରବାର ରାତିରେ ବିଶ୍ୱନାଥଙ୍କ ସନ୍ଦେହ ସତ ହୋଇଥିଲା।

ସେ ଘରକୁ ହଠାତ୍‌ ଆସିଲା ବେଳକୁ ଶ୍ୟାମଲାଲଙ୍କ ସହ ପତ୍ନୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ। ବାସ୍‌ ବିଶ୍ୱନାଥ ଘର ଭିତରୁ ହିଁ ଶ୍ୟାମଲାଲଙ୍କୁ ମାଡ଼ ମାରି ବାହାରକୁ ଆଣିଥିଲେ। ଘର ବାହାରେ ଥିବା ଗଛରେ ସେ ଶ୍ୟାମଲାଲଙ୍କୁ ବାନ୍ଧି ବେଶ କିଛି ସମୟ ପିଟିଥିଲେ।

ଏହାପରେ ଘରେ ଥିବା କୁରାଢ଼ୀ ଆଣି ତାଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଥିଲେ। ଘଟଣାସ୍ଥଳରେ ଶ୍ୟାମଲାଲଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ୍‌ ବିଶ୍ୱନାଥଙ୍କ ଘରେ ପହଞ୍ଚିଥିଲା। ସେଠାରୁ ଶ୍ୟାମଲାଲଙ୍କ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ବିଶ୍ୱନାଥଙ୍କୁ ଗିରଫ କରିଥିଲା।

ହତ୍ୟାରେ ବ୍ୟବହୃତ କୁରାଢ଼ୀ ମଧ୍ୟ ପୁଲିସ୍‌ ଜବତ କରିଛି। ଏଥିସହ ବିଶ୍ୱନାଥଙ୍କ ପତ୍ନୀ ଓ ପଡ଼ୋଶୀଙ୍କ ବୟାନ ରେକର୍ଡ କରି ଅଧିକ ତଦନ୍ତ କରୁଛି।

The post ଆପତ୍ତିଜନକ ଅବସ୍ଥାରେ ଦେଖି ପତ୍ନୀଙ୍କ ପ୍ରେମିକର ମୁଣ୍ଡ କାଟିଦେଲା ସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/L42eOay

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages