ଆଜି ଶେଷ ହେବ ବରଗଡ଼ ଧନୁଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 5, 2023

ଆଜି ଶେଷ ହେବ ବରଗଡ଼ ଧନୁଯାତ୍ରା

ବରଗଡ଼(ଓଡ଼ିଶା ରିପୋର୍ଟର): କଂସ ବଧ ଶହ ଆଜି ଶେଷ ହେବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଗତ ୩୧ ତାରିଖରୁ ଆରମ୍ଭ ଧନୁଯାତ୍ରା ଅନ୍ତିମ ଦିବସରେ ପହଞ୍ଚିଛି। ମୁକ୍ତାକାଶ ରଙ୍ଗ ମଞ୍ଚରେ କୃଷ୍ଣଜନ୍ମ ଠାରୁ ଆରମ୍ଭ କରି ମଥୁରା ଗମନ ଅଭିନୀତ ହୋଇସାରିଛି।

ଆଜି ଶେଷ ତଥା ଦଶମ ଦିନରେ କୁବଳିୟା ହସ୍ତି ଓ ଅଷ୍ଟମଲ୍ଲଙ୍କୁ ମାରିବା ପରେ ମାମୁ କଂସଙ୍କ ବଧ ଦୃଶ୍ୟ ଅଭିନୀତ ହେବ। ପରେ ଦେବକୀ ଓ ବସୁଦେବଙ୍କୁ କାରାକାରରୁ ମୁକ୍ତ କରି ଉଗ୍ରସେନଙ୍କ ରାଜ୍ୟାଭିଷେକ କରିବେ କୃଷ୍ଣ-ବଳରାମ।

ନବମ ଦିନରେ କଂସଙ୍କ ନିମନ୍ତ୍ରଣ ପାଇ ଧନୁଯାତ୍ରାରେ ଯୋଗଦେବାକୁ ପହଞ୍ଚିଥିଲେ କୃଷ୍ଣ ବଳରାମ। ମଥୁରା ନଗର ବୁଲିବା ବେଳେ ପୂର୍ଣ୍ଣ କଳସୀ ରଖି ପ୍ରଭୁଙ୍କୁ ସ୍ୱାଗତ ଓ ପୂଜାର୍ଚ୍ଚନା କରିଥିଲେ ମଥୁରାବାସୀ।  ପରେ ଖଜୁରଟିକ୍ରା ଠାରେ ସୁଦାମା ମାଳି ଓ ରଜକଙ୍କୁ ସାକ୍ଷାତ କରିବା ସହ କାଳୀମନ୍ଦିରରେ କୁବୁଜାକୁ ଉଦ୍ଧାର କରିଥିଲେ।

 

 

 

 

The post ଆଜି ଶେଷ ହେବ ବରଗଡ଼ ଧନୁଯାତ୍ରା appeared first on Odisha Reporter.



from Odisha Reporter https://ift.tt/Qoa5Jq0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages