ଆନନ୍ଦପୁର(ମୁନା ସିଂହ): ଟିଉସନ୍ ଯିବାବେଳେ ରାସ୍ତାରେ ଝିଅକୁ ଅଟକାଇ କିଛି ଯୁବକ ହଇରାଣ କରୁଥିଲେ। ଏନେଇ ବାପା ଥାନାରେ ଅଭିଯୋଗ କରିବାରୁ ଯୁବକମାନେ ତାଙ୍କୁ ଭୁଜାଲିରେ ହାଣିଦେଲେ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ୪ନଂ ୱାର୍ଡ ତଳସାହିଠାରେ। ଆହତ ବ୍ୟକ୍ତି ଜଣଙ୍କ ହେଲେ କ୍ଷେତ୍ରମୋହନ ସି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କ୍ଷେତ୍ରମୋହନଙ୍କ ଝିଅ ଟିଉସନ୍ ଗଲାବେଳେ କିଛି ଯୁବକ କମେଣ୍ଟ ମାରିବା ସହ ତାଙ୍କୁ ହଇରାଣ କରୁଥିଲେ। ଏନେଇ ଝିଅ ଆସି ପରିବାର ଲୋକଙ୍କ ପାଖରେ କହିଥିଲା। ଗତକାଲି କ୍ଷେତ୍ରମୋହନ ଆନନ୍ଦପୁର ଥାନାରେ ଯୁବକମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତେବେ ଥାନାରେ ଅଭିଯୋଗ ସମ୍ପର୍କରେ କୌଣସି ସୂତ୍ରରୁ ଯୁବକମାନେ ଖବର ପାଇଥିଲେ। କ୍ଷେତ୍ରମୋହନଙ୍କ ଫେରିବା ବାଟକୁ ଜଗିରହିଥିଲେ ଯୁବକମାନେ। କ୍ଷେତ୍ରମୋହନ ଥାନାରୁ ଫେରୁଥିବା ବେଳେ ଯୁବକମାନେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଯୁବକମାନେ ପଳାଇଯାଇଥିଲେ। କ୍ଷେତ୍ରମୋହନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆନନ୍ଦପୁର ପୁଲିସ ଘଟଣାର ତଦନ୍ତ କରୁଛି।
The post ଝିଅକୁ କମେଣ୍ଟ ମାରିଲେ, ଅଭିଯୋଗ କରିବାରୁ ବାପାକୁ ହାଣିଦେଲେ appeared first on Odisha Reporter.
from Odisha Reporter https://ift.tt/sy0r62D
No comments:
Post a Comment