ଭାରତ ଯୋଡା ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି, ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 27, 2023

ଭାରତ ଯୋଡା ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି, ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ

ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଏହି ଯାତ୍ରା ଏବେ ଜମ୍ମୁକଶ୍ମୀରରେ ପହଞ୍ଚି ସାରିଛି। ତେବେ ଜମ୍ମୁ-କଶ୍ମୀରରେ ଭାରତ ଯୋଡୋ ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏହି ଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କ ଉପଯୁକ୍ତ ସୁରକ୍ଷା ଦାବି କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ।

ଚିଠି ମାଧ୍ୟମରେ କଂଗ୍ରେସ ଦଳ ପକ୍ଷରୁ କରାଯାଇଥିବା ଅନେକ ଦାବି ରଖିଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଏଥିସହ ଘଟଣାରେ ବ୍ୟକ୍ତିଗତ ରୂପେ ହସ୍ତକ୍ଷେତ କରିବା ସହ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିବାକୁ ଖାଡଗେ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି।

ଶୁକ୍ରବାର ଦିନ ଜମ୍ମୁ-କଶ୍ମୀରରେ ଚାଲିଥିବା ଭାରତ ଯୋଡୋ ଯାତ୍ରା ବେଳେ ବ୍ୟାପକ ହଙ୍ଗାମା ହୋଇଥିଲା। ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥିଲା। ଏଥିପାଇଁ ଏହି ଯାତ୍ରାକୁ ସ୍ଥଗିତ କରିବାକୁ ପଡିଥିଲା। ଆସନ୍ତା ଦୁଇ ଦିନରେ ଏହି ଯାତ୍ରାରେ ଯୋଗଦେବା ପାଇଁ ଏକ ବିଶାଳ ସମାବେଶ ହେବ। ଜାନୁଆରୀ ୩୦ରେ ଶ୍ରୀନଗରରେ ହେବାକୁ ଥିବା ସମାପନ ସମାରୋହକୁ ମଧ୍ୟ ଅପେକ୍ଷା ରହିଛି। ଏହି ସମାପନ ସମାରୋହରେ କଂଗ୍ରେସର ବହୁ ବରିଷ୍ଠ ନେତା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦଳର ନେତାମାନେ ଯୋଗ ଦେବେ। ତେଣୁ ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବ୍ୟାପକ ସୁରକ୍ଷା ଯୋଗାଇବାକୁ ଚିଠି ମାଧ୍ୟମରେ ଗୃହମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ।

ସେପଟେ ଶୁକ୍ରବାର ଦିନ ଭାରତ ଯୋଡୋ ଯାତ୍ରା ବେଳେ ସୁରାକ୍ଷାରେ ହୋଇଥିବା ତ୍ରୁଟି ଅଭିଯୋଗକୁ ଜମ୍ମୁକଶ୍ମୀର ପୁଲିସ ଖଣ୍ଡନ କରିଛି। ଜମ୍ମୁ-କଶ୍ମୀର ପୁଲିସ ଟ୍ୱିଟ୍‌ କରି କହିଛି, '୧ କିଲୋମିଟର ଯାତ୍ରା ପରେ ଯାତ୍ରା ବନ୍ଦ କରିବାକୁ କୌଣସି ନିଷ୍ପତ୍ତି ନେବାକୁ ପୂର୍ବରୁ ଆୟୋଜକମାନେ ଜମ୍ମୁ-କଶ୍ମୀର ପୁଲିସ ସହିତ ପରାମର୍ଶ କରିନାହାଁନ୍ତି। ଅବଶିଷ୍ଟ ଯାତ୍ର ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ସୁରକ୍ଷାରେ କୌଣସି ତ୍ରୁଟି ହୋଇନାହିଁ।'

ଉଲ୍ଲେଖଯୋଗ୍ୟ, କଶ୍ମୀରର ବାନିହାଲ ଅନ୍ତର୍ଗତ କ୍ୱାଜିଗୁଣ୍ଡ ନିକଟରେ ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଶୁକ୍ରବାର ଅଭିଯୋଗ କରିଥିଲେ ବରିଷ୍ଠ ନେତା କେସି ଭେନୁଗୋପାଲ। ତାଙ୍କ ଅଭିଯୋଗ ପରେ ଯାତ୍ରାକୁ ୨୦ ମିନିଟ ବନ୍ଦ କରାଯାଇଥିଲା ଓ ରାହୁଲ ଗାନ୍ଧି ଗୋଟିଏ କାର୍‌ ଯୋଗେ ଘଟଣାସ୍ଥଳରୁ ମଧ୍ୟ ଚାଲି ଯାଇଥିଲେ। ତେବେ ସବୁ କିଛି ଠିକଠାକ ହେବା ପରେ ପୁଣିଥରେ ରାହୁଲ ଗାନ୍ଧି ଆଣ୍ଡ କୋ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8KX2rNM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages