ନବୀନ ନିବାସ ଆଗରେ ଗର୍ଜିଲେ ଚାଷୀ, ରାସ୍ତାରେ ଢାଳିଲେ ଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 8, 2023

ନବୀନ ନିବାସ ଆଗରେ ଗର୍ଜିଲେ ଚାଷୀ, ରାସ୍ତାରେ ଢାଳିଲେ ଧାନ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର ):  ସକାଳୁ ସକାଳୁ ନବୀନ ନିବାସ ମୁହାଁ ହେଲେ ଚାଷୀ। ବର୍ଷ ବର୍ଷ ହେଲା ସରକାର ଦାବି ଶୁଣୁ ନ ଥିବାରୁ ବିନା କୌଣସି ସୂଚନା ଓ ଅନୁମତିରେ ଆଜି ସକାଳୁ ଅତର୍କିତ ଭାବେ ନବୀନ ନିବାସ ଆଡ଼େ ମାଡ଼ିଗଲେ ଶତାଧିକ ଚାଷୀ ।  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କୁଇଣ୍ଟାଇ, କୁଇଣ୍ଟାଲ ଧାନ ଢାଳିବା ସହ ରାଜରାସ୍ତାରେ ଗଡ଼ି ନିଜ ଦାବି ପୂରଣ କରିବାକୁ ଗର୍ଜିଲେ। ଚାଷୀଙ୍କ ଏପରି ବିକ୍ଷୋଭ ଯୋଗୁ ସକାଳୁ ସକାଳୁ ରାଜଧାନୀର ରାଜରାସ୍ତା କିଛି ସମୟ ପାଇଁ ଜାମ୍‌ ହୋଇଥିଲା। ଆନ୍ଦୋଳନକାରୀ ଚାଷୀଙ୍କୁ ରାସ୍ତାରୁ ହଟାଇବାକୁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଲା ।

ବିନା କୌଣସି ଅନୁମତି କିମ୍ବା ସୂଚନାରେ ଆଜି ସକାଳୁ ନବ ନିର୍ମାଣ କୃଷକ ସଙ୍ଗଠନର ଶତାଧିକ ଚାଷୀ, କର୍ମୀ, ମହିଳା ପ୍ରମୁଖ ହାତରେ ପ୍ଲାକାର୍ଡ ଧରି ହଠାତ୍‌ ନବୀନ ନିବାସ ଆଡ଼େ ମାଡ଼ି ଆସିଲେ।   ସୁରକ୍ଷା ବ୍ୟବସ୍ଥାରେ ଥିବା ପୁଲିସ୍‌ ସଂଖ୍ୟାଠାରୁ ବିକ୍ଷୋଭକାରୀ ଚାଷୀଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କୁ କାବୁ କରିବାକୁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଲା। ଫଳରେ କିଛି ସମୟ ପାଇଁ ନବୀନ ନିବାସ ସମ୍ମୁଖ ଏକ ପ୍ରକାର ଋଣକ୍ଷେତ୍ରରେ ପରିଣତ ହେଲା।  ଆନ୍ଦୋଳନକାରୀଙ୍କୁ କାବୁ କରିବାକୁ ପୁଲିସ୍‌କୁ ବେଶ୍‌ ହଇରାଣ ହେବାକୁ ପଡ଼ିଲା।

ପୁଲିସ୍‌ ନବୀନ ନିବାସମୁହାଁ ଚାଷୀଙ୍କୁ ଅଟକାଇବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୁଲିସ୍‌ ସଂଖ୍ୟା ଆନ୍ଦୋଳନକାରୀ ଚାଷୀଙ୍କଠାରୁ କମ୍‌ ଥିବାରୁ ଅଧିକ ପୁଲିସ୍‌ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା। ଇତି ମଧ୍ୟରେ ଚାଷୀମାନେ ରାସ୍ତାରେ ଗଡ଼ି ରାସ୍ତାଜାମ୍‌ କରି ସାରିଥିଲେ। ଫଳରେ କିଛି ସମୟ ପାଇଁ ରାଜରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ପରେ ଅଧିକ ସଂଖ୍ୟକ ପୁଲିସ୍‌ ପହଞ୍ଚିବା ପରେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲେ। ଏହାପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

ମଣ୍ଡିରେ କଟନୀ ଛଟନୀକୁ ଚାଷୀମାନେ କଡା ବିରୋଧ କରୁଥିବା ବେଳେ ମିଲର୍ସ ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ଦୀର୍ଘ ଦିନ ହେଲା ଖୁବ୍‌ କ୍ଷୁବ୍ଧ ଥିଲେ। ସରକାର ସେମାନଙ୍କ ଦାବି ଶୁଣୁ ନ ଥିବା ଅଭିଯୋଗ କରି ଆସୁଥିବା ଚାଷୀ ଆଜି ସକାଳୁ ସକାଳୁ ନବୀନ ନିବାସ ଆଡ଼େ ମାଡ଼ି ଆସିଲେ। ହେଲେ ଏନେଇ ଗୁଇନ୍ଦା ବିଭାଗ କିପରି ସୂଚନା ପାଇପାରିଲା ନାହିଁ, ନା ସୂଚନା ଥିବା ବେଳେ ତାହାକୁ ହାଲକା ଭାବେ ନିଆଯାଇଥିଲା ସେ ନେଇ ସୂଚନା ମିଳିନି।

ନବୀନ ନିବାସ ସମ୍ମୁଖରେ ସବୁବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ରହୁଥିବା ବେଳେ ପୁଲିସ୍‌ମାନେ ୨୪ ଘଣ୍ଟା ପଇଁତରା ମାରିଥାନ୍ତି। ଏହାବାଦ ସେଠାରେ ସବୁବେଳେ ୧୪୪ଧାରା ଜାରି ହୋଇଥାଏ। ହେଲେ ଚାଷୀମାନେ କିପରି କଡ଼ା ସୁରକ୍ଷା ଭେଦ କରି ନବୀନ ନିବାସ ପାଖାପାଖି ପହଞ୍ଚିବାକୁ ସକ୍ଷମ ହେଲେ ତାହା ଏକ ବିରାଟ ପ୍ରଶ୍ନବାଚୀ।

 

The post ନବୀନ ନିବାସ ଆଗରେ ଗର୍ଜିଲେ ଚାଷୀ, ରାସ୍ତାରେ ଢାଳିଲେ ଧାନ appeared first on Odisha Reporter.



from Odisha Reporter https://ift.tt/OkpgX6c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages