ମୁମ୍ବାଇ: ଆଜିଠୁ ଆରମ୍ଭ ହେବ ଭାରତ ଶ୍ରୀଲଙ୍କା ଟି-୨୦ ସିରିଜ। ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଆଜି ପଡିଆକୁ ଓହ୍ଲାଇବ ଭାରତୀୟ ଟିମ୍।
ଶ୍ରୀଲଙ୍କା ବିପକ୍ଷ ଟି ଟ୍ୱେଣ୍ଟି ସ୍କାଡରେ ବିରାଟ କୋହଲି, ରୋହିତ ଶର୍ମା ଓ କେ.ଏଲ. ରାହୁଲଙ୍କୁ ବିଶ୍ରାମ ମିଳିଛି। ସେପଟେ ସେମାନଙ୍କ ସ୍ଥାନରେ ଶୁଭମାନ ଗିଲ, ଇଷାନ କିଷନ, ରୁତୁରାଜ ଗାଏକ୍ୱାର୍ଡଙ୍କୁ ସୁଯୋଗ ମିଳିଛି। ଏହି ତିନି ଯୁବ ଖେଳାଳି ଯଦି ଚଳିତ ସିଜିନରେ ଦକ୍ଷତାର ପ୍ରମାଣ ଦିଅନ୍ତି ତେବେ ଆଗକୁ ଟିମରେ ସ୍ଥାନ ପକ୍କା କରିବେ ବୋଲି କୁହାଯାଉଛି।
ସେପଟେ ଦଶୁନ ସନକାଙ୍କ ନେତୃତ୍ୱରେ ପୁରା ଫର୍ମରେ ଥିବା ଶ୍ରୀଲଙ୍କା ଟିମ୍ ବିଦେଶ ମାଟିରେ ଜବରଦସ୍ତ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ଓ୍ୱାଙ୍ଖଡେରେ ଆଜି ଏକ କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମ୍ୟାଚ୍ ଦେଖିବା ନେଇ ଆଶା ରଖିଛନ୍ତି ଦର୍ଶକ।
ଗତ ଟି-୨୦ ବିଶ୍ୱକପ୍ ପରଠାରୁ ଶ୍ରୀଲଙ୍କା କୌଣସି ଟି-୨୦ ମ୍ୟାଚ୍ ଖେଳିନାହିଁ। ଟି-୨୦ ଫର୍ମାଟରେ ଶ୍ରୀଲଙ୍କାର ପ୍ରଦର୍ଶନ ଭଲ ରହିଛି। ଦଳର ବୋଲିଂ ବିଭାଗ ମୁଖ୍ୟତଃ ହସରଙ୍ଗାଙ୍କ ଉପରେ ନିର୍ଭର କରିବ। ଗତ ବର୍ଷ ସେ ୭୩ଟି ୱିକେଟ୍ ନେଇଥିଲେ।
The post ଆଜିଠୁ ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ appeared first on Odisha Reporter.
from Odisha Reporter https://ift.tt/mGAZ9ri
No comments:
Post a Comment