ସୁସ୍ଥ ହେଉଛନ୍ତି ସାଂସଦ, ଏମ୍ସକୁ ରେଫର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 2, 2023

ସୁସ୍ଥ ହେଉଛନ୍ତି ସାଂସଦ, ଏମ୍ସକୁ ରେଫର

ବାଲେଶ୍ୱର( ଓଡ଼ିଶା ରିପୋର୍ଟର): ନିମୋନିଆରେ ପୀଡ଼ିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ହେଲେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ସାଂସଦ ଷଡଙ୍ଗୀ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ବେଳେ ତାଙ୍କ ସହ ଏକ ଡାକ୍ତରୀ ଟିମ୍‌ ବି ଯାଇଛନ୍ତି।

ପ୍ରାୟ ସପ୍ତାହେ ହେବ ଥଣ୍ଡାରେ ପୀଡ଼ିତ ସାଂସଦ ଅସୁସ୍ଥତା ଅନୁଭବ କରୁଥିବାରୁ ବାଲେଶ୍ୱର ଜିଲ୍ଲା ମେଡିକାଲରେ ତାଙ୍କର ବିଭିନ୍ନ ଟେଷ୍ଟ କରାଯିବା ସହ ଚିକିତ୍ସା କରାଯାଉଥିଲା। ମାତ୍ର ଗତ ରବିବାର ଅତ୍ୟଧିକ ଜ୍ୱର ହେବାରୁ ସାଂସଦ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଯାଇଥିବା ବେଳେ ସେଠାରେ ପରୀକ୍ଷା ପରେ ତାଙ୍କର ନିମୋନିଆ ହୋଇଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା।

ଗତକାଲି ସାଂସଦଙ୍କ ଅବସ୍ଥାରେ ସୁଧାର ଆସିବାରୁ ତାଙ୍କ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଅଧିକ ଚିକିତ୍ସା ନିମନ୍ତେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲ ପକ୍ଷରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ଏକ ୪ ଜଣିଆ ଡାକ୍ତରୀ ଟିମ୍‌ ସହ ବାଲେଶ୍ୱରରୁ ଏକ ଆମ୍ବୁଲାନ୍ସ ଯୋଗେ ସାଂସଦ ଭୁବନେଶ୍ୱର ଅଭିମୁଖେ ଯାଇଛନ୍ତି।

ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି ସାଂସଦ। ଏଥିସହ ଖୁବ୍‌ ଶୀଘ୍ର ଫେରି ଆସିବେ ବୋଲି ବି କହିଛନ୍ତି।

 

The post ସୁସ୍ଥ ହେଉଛନ୍ତି ସାଂସଦ, ଏମ୍ସକୁ ରେଫର appeared first on Odisha Reporter.



from Odisha Reporter https://ift.tt/OzxLg3J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages