‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଆହତ, ଧକ୍କା ଦେଲା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 16, 2023

‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଆହତ, ଧକ୍କା ଦେଲା କାର୍‌

ମୁମ୍ବାଇ: ଦ କଶ୍ମୀର ଫାଇଲ୍ସ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଆହତ। ସୁଟିଂ ସେଟ୍‌ରେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ନିଜ ଅପ୍‌କମିଂ ଫିଲ୍ମ ଭ୍ୟାକସିନ୍ ୱାର୍‌ର ଶୁୁଟିଂ ଚାଲିଥିବା ବେଳେ ତାଙ୍କୁ ଏକ କାର୍ ନିୟନ୍ତ୍ରଣ ହରାଇ ଧକ୍କା ଦେଇଛି।

ଚର୍ଚ୍ଚିତ ପ୍ରଯୋଜକ ତଥା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଆଗାମୀ ଫିଲ୍ମ ‘ଦ ଭ୍ୟାକ୍ସିନ୍ ୱାର’ର ଶୁଟିଂ ଚାଲିଥିଲା। ଅଭିନେତ୍ରୀ ତଥା ବିବେକଙ୍କ ପିତ୍ନୀ ପଲ୍ଲବୀଙ୍କର ଶଟ୍ ଥିଲା। ହେଲେ ସୁଟିଂ ସେଟରେ ହିଁ ଏକ କାର ଆସି ଅଭିନେତ୍ରୀ ପଲ୍ଲବୀଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ଆହତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ ସ୍ୱାମୀ ବିବେକ ଅଗ୍ନିହୋତ୍ରୀ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଓ ପ୍ରଯୋଜକ ଅଭିଷେକ ଅଗ୍ରୱାଲ ନିଜର ଆଗାମୀ ଫିଲ୍ମ ‘ଦ ଭ୍ୟାକ୍ସିନ୍ ୱାର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ହାଇଦ୍ରାବାଦରେ ଶୁଟିଂ ଚାଲିଥିବା ଏହି ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ବିବେକଙ୍କ ସ୍ତ୍ରୀ ତଥା ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ପଲ୍ଲବୀ ଯୋଶୀ। ଏହି ଫିଲ୍ମର ଶୁଟିଂ ସମୟରେ ତାଙ୍କର ଏକ କାର ସହ ଧକ୍କା ହୋଇଥିଲା। ତଥାପି ନିଜ ଶଟକୁ ପୂରଣ କରିଥିଲେ ପଲ୍ଲବୀ।

The post ‘ଦ କଶ୍ମୀର ଫାଇଲ୍ସ’ ଅଭିନେତ୍ରୀ ପଲ୍ଲବୀ ଯୋଶୀ ଆହତ, ଧକ୍କା ଦେଲା କାର୍‌ appeared first on Odisha Reporter.



from Odisha Reporter https://ift.tt/SZChBrs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages