କଟକ(ଓଡ଼ିଶା ରିପୋର୍ଟର): ସାବତ ପୁଅ ହେଲେ ବି ତାକୁ ନିଜଠୁ ଅଧିକ ଭଲ ପାଉଥିଲେ ଶିଳ୍ପୀ ଖୁଣ୍ଟିଆ। ତାକୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିବାକୁ ପ୍ରସ୍ତୁତ ନ ଥିଲେ। ଏପରିକି ଶାଶୁ ଘର ଲୋକେ ଓ ସ୍ୱାମୀ ପୁଅକୁ ନେଇ ଯିବାକୁ ଧମକ ଦେଉଥିବା ବେଳେ ଏହାକୁ ବରଦାସ୍ତ କରି ପାରୁ ନ ଥିଲେ ଶିଳ୍ପୀ। ଯେଉଁଠି ରହିବେ, ପୁଅ ସହ ହିଁ ରହିବେ ବୋଲି କହୁଥିଲେ ଶିଳ୍ପୀ । ଆଉ ଶେଷରେ ତାହା ହିଁ କଲେ। ମୃତ୍ୟୁ ପୂର୍ବରୁ ନିଜ ବଡ଼ ଭଉଣୀଙ୍କ ନିକଟକୁ ଦେଇଥିବା ହ୍ୱାଟ୍ସ ଆପ୍ ମେସେଜରେ ବି ତାହା ହିଁ ଉଲ୍ଲେଖ କରିଛନ୍ତି ଶିଳ୍ପୀ ଯାହାକି ଭାଇରାଲ ହେବାରେ ଲାଗିଛି।
ପାରିବାରିକ କଳହ ଯୋଗୁ ଜୀବନ ହାରିବା ପୂର୍ବରୁ ନିଜ ବଡ଼ ଭଉଣୀଙ୍କ ନିକଟରୁ ଶେଷ ହ୍ୱାଟ୍ସଆପ୍ ମେସେଜ୍ ଦେଇଥିଲେ ଶିଳ୍ପୀ । ଏଥିରେ ସେ ଲେଖିଥିଲେ, ସରି ଦିଦି ଆଇ ଲଭ୍ ୟୁ, ମମି ପାପା ତତେ ଲାଗିଲେ। ଟେକ୍ କେୟାର । ପୁଅ ଆଉ ମୁଁ ଯେଉଁଠି ବି ରହିବୁ, ଏକାଠି ରହିବୁ । ସେ ମୋତେ ମିଛ କହିକି ବିବାହ କରିଛନ୍ତି। ସରି, କିନ୍ତୁ ମୋ ପାଖରେ ଆଉ କିଛି ରାସ୍ତା ନ ଥିଲା। ସବୁବେଳେ ମାଡ଼, ଗାଳି, ଭାଷା, ଝଗଡ଼ା ବ୍ଲାକମେଲିଂ କରିବା ସହ ମାନସିକ ନିର୍ଯାତନା ଦେଉଥିଲେ । ଏ ନିର୍ଯାତନା ମୁଁ ଆଉ ସହି ପାରୁନି ।
ଏହାବାଦ ସେ ଲେଖିଛନ୍ତି, ମୋ ଲ୍ୟାପଟପ୍ ବ୍ୟାଗ ପର୍ସରେ ମୋ ଅଫିସ ଚାବି ଅଛି । ଯିଏ ହେଲେ ବି ଠିକଣାରେ ଚାପି ଦେଇଦେବ। ପାପାଙ୍କ ପାଖରେ ଅଫର୍ ଲେଟର ଅଛି, ଆଡ୍ରେସ ଦେଖିଦେବ । ଲ୍ୟାପଟପ୍ ବ୍ୟାଗ୍ରେ ମୋର ସୁନା ବି ଏବଂ ଗୋଡ୍ରେଜ୍ ଚାବି ବି ଅଛି । ମୋ ଫୋନ୍ରେ ଅଫିସର ଜିଓ ସିମ୍ ବି ଅଛି, ସେଇଟା ବି ଦେଇଦେବ ।
ମୃତ୍ୟୁ ପୂର୍ବରୁ ଶିଳ୍ପୀ ଫେସ୍ବୁକ୍ରେ ବି ଶେଷ ପୋଷ୍ଟ କରି କୁଇଟ କରୁଥିବା ଲେଖିଥିଲେ। ଏହା ମାଧ୍ୟମରେ ସେ ଜୀବନରୁ ବିଦାୟ ନେବାକୁ ସ୍ଥିର କରି ସାରିଥିବା ସୂଚାଇ ଦେଇଥିଲେ।
ଏହି ଘଟଣାରେ ପୁଲିସ୍ ଶିଳ୍ପୀଙ୍କ ସ୍ୱାମୀଙ୍କୁ ବାନ୍ଧିଥିବା ବେଳେ ତାଙ୍କ ଶାଶୁ, ଶ୍ୱଶୁରଙ୍କୁ ପଚରାଉଚରା କରୁଛି।
The post ବଡ଼ ଭଉଣୀଙ୍କୁ ଶିଳ୍ପୀଙ୍କ ଶେଷ ମେସେଜ- ଯେଉଁଠି ରହିବି ପୁଅ ସହ ରହିବି appeared first on Odisha Reporter.
from Odisha Reporter https://ift.tt/lVOIanx
No comments:
Post a Comment