ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗକୁ ଜେଲରେ ଜେରା କରିବ ଇଡି। ଡିଜିଟାଲ୍ ଏଭିଡେନ୍ସ ପାଇବା ଆଜି ଇଡି ଜେଲ୍ ଭିତରେ ଅର୍ଚ୍ଚନାକୁ ଜେରା କରିବ। ଏଥିଲାଗି ଗତକାଲି କୋର୍ଟ ଇଡିକୁ ଅନୁମତି ଦେଇଥିଲେ। ଆଜି ଅର୍ଚ୍ଚନା ନାଗ ଓ ଆସନ୍ତାକାଲି ଅର୍ଚ୍ଚନାଙ୍କ ବିଜନେସ୍ ପାର୍ଟନର ଖଗେଶ୍ୱରକୁ ଜେଲ୍ ଭିତରେ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଜେରା ବେଳେ ହନିଟ୍ରାପ, ଷଡଯନ୍ତ୍ର, ବ୍ଲାକମେଲିଂ ଓ ବଡ ବଡିଆଙ୍କ ଲିଙ୍କ୍ ନେଇ ଗୁମର ଖୋଲିପାରେ।
ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱରର ସମ୍ପତ୍ତି ବାଜ୍ୟାପ୍ତି ହେବ। ଏନେଇ ଇଡିପକ୍ଷରୁ ଗତକାଲି ନୋଟିସ୍ କରାଯାଇଥିଲ। ଅନ୍ୟପଟେ ଇଡି କରୁଥିବା ହିନିଟ୍ରାପ୍ ତଦନ୍ତକୁ ୬୦ ଦିନ ପୂରିଛି। ତେଣୁ ଇଡି ଜାନୁଯାରୀ ୯ ତାରିଖ ପୂର୍ବରୁ ହନିଟ୍ରାପ ବ୍ଲାକମେଲିଂ ମାମଲାରେ ଚାର୍ଜସିଟ ଦେଇପାରେ। ଏଥିଲାଗି ଫାଇନାଲ ଜେରା କରିବାକୁ ଇଡି ଯୋଜନା ଚଳାଇଛି।
The post ଆଜି ଜେଲରେ ଜେରା ହେବେ ଅର୍ଚ୍ଚନା ନାଗ appeared first on Odisha Reporter.
from Odisha Reporter https://ift.tt/86zV9aO
No comments:
Post a Comment