ମେମୁ ଟ୍ରେନ ପାଇଁ ତାତିଲେ ଲୋକେ, ରେଳରୋକ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 6, 2023

ମେମୁ ଟ୍ରେନ ପାଇଁ ତାତିଲେ ଲୋକେ, ରେଳରୋକ କଲେ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକରୁ ପୁରୀକୁ ମେମୁ ଟ୍ରେନ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଭଦ୍ରକ ପରିବର୍ତ୍ତେ ଜଳେଶ୍ୱରରୁ ପୁରୀକୁ ଗଡ଼ିଲା ମେମୁ ଟ୍ରେନ୍‌। ଏହାଦ୍ୱାରା ସ୍ୱାଭିମାନରେ ଆଞ୍ଚ ଆସୁଥିବା ଦର୍ଶାଇ ତଥା ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କହି ଆଜି ତାତିଛନ୍ତି ଭଦ୍ରକର ସାଧାରଣ ଲୋକେ । ଶତାଧିକ ସଂଖ୍ୟାରେ ସ୍ଥାନୀୟ ଲୋକେ ଆଜି ଭଦ୍ରକ ଡଗରସାହି ଚେକଗେଟ ନିକଟରେ ଏକ ମାଲବାହୀ ଟ୍ରେନ୍‌କୁ ଅଟକାଇଥିଲେ। ଅଧ ଘଣ୍ଟା ପରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲେ ବି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପ୍ରତି ମାସ ୬ ତାରିଖରେ ରେଳରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଆଜି ସକାଳେ ପୂର୍ବତନ ବିଧାୟକ ନରେନ ପଲ୍ଲାଇ ଓ ଚରମ୍ପା ବାସିନ୍ଦାଙ୍କ ପକ୍ଷରୁ  ଚରମ୍ପା, ଡଗରାସାହି ଚେକଗେଟ ନିକଟରେ ଏକ ମାଲବାହୀ ଟ୍ରେନ୍‌କୁ ଅଟକାଇଥିଲେ ଲୋକେ। ରେଳ ଧାରଣାକୁ ଓହ୍ଲାଇ ଲୋକେ ସ୍ଲୋଗାନ ଦେବା ସହ ପ୍ରତିବାଦ କରିଥିଲେ।  ଏହି ସମୟରେ କିଛି ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା।

ଖୋର୍ଦ୍ଧା ରେଳବାଇ କର୍ତ୍ତୃପକ୍ଷ ହସ୍ତକ୍ଷେପ କରି ମାସେ ମଧ୍ୟରେ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏହାପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ରେଳବାଇ ପ୍ରତିଶ୍ରୁତି ପୂରଣ ନ କଲେ ଆଗାମୀ ୬ ତାରିଖରେ ପୁଣି ଥରେ ରେଳରୋକ ହେବ ବୋଲି ଚେତାବନୀ ଦିଆଯାଇଛି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଜଳେଶ୍ୱରରୁ ଟ୍ରେନ ଆସୁଥିବାରୁ ଭଦ୍ରକରେ ପହଞ୍ଚିବା ବେଳକୁ ଭିଡ଼ ହୋଇ ଯାଉଛି। ଏହାଦ୍ୱାରା ଭଦ୍ରକବାସୀ ହଇରାଣ ହେଉଛନ୍ତି। ତେଣୁ ତୁରନ୍ତ ଭଦ୍ରକରୁ ଟ୍ରେନ୍‌ ଚଳାଚଳ କରୁ ବୋଲି ପୂର୍ବତନ ବିଧାୟକ ନରେନ ପଲ୍ଲାଇ ଦାବି କରିଛନ୍ତି।

The post ମେମୁ ଟ୍ରେନ ପାଇଁ ତାତିଲେ ଲୋକେ, ରେଳରୋକ କଲେ appeared first on Odisha Reporter.



from Odisha Reporter https://ift.tt/ZLYo7vD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages