ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର୍ ଫ୍ଲେୟର୍ ସାନିଆ ମିର୍ଜା କଲେ ବଡ ଘୋଷଣା। ନିଜ ଫ୍ୟାନ୍ମାନଙ୍କୁ ଦେଲେ ଝଟ୍କା। ଟେନିସ୍ରୁ ସନ୍ନ୍ୟାସ ନେବାକୁ ଘୋଷଣା କଲେ ସାନିଆ ମିର୍ଜା। ୬ଥର ଗ୍ରାଣ୍ଡ ସ୍ଲାମ ଜିତିଥିବା ସାନିଆ ଆସନ୍ତା ଫେବ୍ରୁଆରୀ ୧୯ ତାରିଖରେ ନିଜ ଶେଷ ମ୍ୟାଚ୍ ଖେଳିବେ। ଏନେଇ ସେ ଖୋଦ୍ ସୂଚନା ଦେଇଛନ୍ତି।
ପାକିସ୍ତାନୀ କ୍ରିକେଟର ଖେଳାଳି ସୋଏବ ମଲ୍ଲିକଙ୍କ ଠାରୁ ଛାଡପତ୍ର ନେବା ଚର୍ଚ୍ଚା ଭିତରେ ଫ୍ୟାନ୍ମାନଙ୍କୁ ସନ୍ନ୍ୟାସ ନେବା ଖବର ଦେଇ ସାନିଆ ଚକିତ କରିଦେଇଛନ୍ତି। ଆଣ୍ଠୁରେ ସମସ୍ୟା ଯୋଗୁଁ ସେ ଆଉ ଖେଳିବେ ନାହିଁ ବରଂ ଖେଳରୁ ପୁରା ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି। ତେବେ ଫେବ୍ରୁଆରୀ ୧୯ ରେ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଡବ୍ଲୁଟିଏ ୧୦୦୦ ଇଭେଣ୍ଟରେ ଶେଷ ଥର ପାଇଁ ଖେଳିବେ ବୋଲି ସାନିଆ କହିଛନ୍ତି।
୩୬ ବର୍ଷିୟା ସାନିଆ ଡବଲ୍ସରେ ବିଶ୍ୱର ୧ ନମ୍ବର ମାନ୍ୟତା ପାଇସାରିଛନ୍ତି। କହିରଖୁ ଯେ, ଗତ ବର୍ଷ ହିଁ ଖେଳରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଦେଇଥିଲେ ସାନିଆ। ୨୦୨୨ର ଶେଷ ଆଡକୁ ସନ୍ନ୍ୟାସ ନେବାକୁ ସେ କହିଥିଲେ। ତେବେ ତାଙ୍କ ଆଣ୍ଠୁରେ ଆଘତ ଲାଗିବା ଯୋଗୁ ସେ ୟୁଏସ୍ ଓପନ୍ ଖେଳିପରିନଥିଲେ। ତେବେ ଏଭଳି ସ୍ଥିତିରେ ସାନିଆ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବେ। ଏହାପରେ ଦୁବାଇରେ ଡବ୍ଲୁଟିଏ ୧୦୦୦ ଇଭେଣ୍ଟ ଚାମ୍ପିଅନ୍ସିପ୍ ଖେଳି ଟେନିସ୍ରୁ ବିଦାୟ ନେବେ।
The post ଟେନିସରୁ ସନ୍ନ୍ୟାସ ନେବେ ସାନିଆ appeared first on Odisha Reporter.
from Odisha Reporter https://ift.tt/ofpthbj
No comments:
Post a Comment