ଟ୍ରକ୍‌କୁ ପଛରୁ ପିଟିଲା ସ୍କୁଟି; ୨ ମୃତ, ଜଣେ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 2, 2023

ଟ୍ରକ୍‌କୁ ପଛରୁ ପିଟିଲା ସ୍କୁଟି; ୨ ମୃତ, ଜଣେ ଗୁରୁତର

ଯାଜପୁର(ଓଡ଼ିଶା ରିପୋର୍ଟର) : ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଫୁଲଝର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଏକ ସ୍କୁଟି ପିଟିବାରୁ ଘଟଣାସ୍ଥଳରେ  ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତ ୨ ଯୁବକ କିଆଝର ଅଞ୍ଚଳର ମହେନ୍ଦ୍ର ଟୁଡୁ ଓ ମନ ମୁର୍ମୁ ହୋଇଥିବା ବେଳେ ଗୁରୁତର ଜଣକ କେନ୍ଦୁଝର ଜିଲ୍ଲା ହରିଚନ୍ଦନ ପୁର ଅଞ୍ଚଳର କେଶବ ମାରାଣ୍ଡି ବୋଲି ଜଣା ପଡିଛି। ଆହତଙ୍କୁ ଦାନଗଦି ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ SCB କୁ ସ୍ଥାନାନ୍ତର କରାଯାଇଛି।

ଗତକାଲି  ବିଳମ୍ବିତ ରାତିରେ କିଆଝର ଛକ ନିକଟରେ ଏକ ଟ୍ରକ ଛିଡ଼ା ହୋଇ ରହିଥିଲା।  ୩ ଜଣ ଯୁବକ ଏକ ସ୍କୁଟି ଯୋଗେ ଦ୍ରୁତ ଗତିରେ ଆସୁଥିବା ବେଳେ ଛିଡ଼ା ହୋଇ ରହିଥିବା ଟ୍ରକ ପଛପଟୁ ଧକ୍କା ଦେଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚିବା ବେଳକୁ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା।  ଗୁରୁତର କେଶବଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକ ଙ୍କ ସହାୟତା ରେ ପ୍ରଥମେ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ SCBକୁ ପଠାଇ ଦିଆଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଟ୍ରକ୍‌କୁ ପଛରୁ ପିଟିଲା ସ୍କୁଟି; ୨ ମୃତ, ଜଣେ ଗୁରୁତର appeared first on Odisha Reporter.



from Odisha Reporter https://ift.tt/6ZBGNPn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages