ସବୁ ପଂଚାୟତରେ ବ୍ୟାଙ୍କିଙ୍ଗ ସୁବିଧା: କେନ୍ଦ୍ର କହିଲା ରାଜ୍ୟ ନିଜେ କରୁ, ଓଡ଼ିଶା ଦେଉନି ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 24, 2023

ସବୁ ପଂଚାୟତରେ ବ୍ୟାଙ୍କିଙ୍ଗ ସୁବିଧା: କେନ୍ଦ୍ର କହିଲା ରାଜ୍ୟ ନିଜେ କରୁ, ଓଡ଼ିଶା ଦେଉନି ତଥ୍ୟ

ରାଜ୍ୟର ସବୁ ପଂଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରିବା ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଥିବା ଓଡ଼ିଶା ସରକାର ଏବେ ନିଜ ଜାଲରେ ନିଜେ ଫସିଯାଇଛନ୍ତି । ବ୍ୟାଙ୍କିଙ୍ଗ ସୁବିଧା ନଥିବାର ଆଳ ଦେଖାଇ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁବିଧା ଡିବିଟି ମାଧ୍ୟମରେ ହିତାଧିକାରୀଙ୍କୁ ଦେବାରେ ଟାଳଟୂଳ ନୀତି ଅବଲମ୍ବନ କରୁଥିବା ଓଡ଼ିଶା ନିଜେ ରାଜ୍ୟର ସମସ୍ତ ପଂଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ କରାଇବ । ନିଜର ସମବାୟ ବ୍ୟାଙ୍କଗୁଡ଼ିକର ଶାଖା ଖୋଲି ସାଧାରଣ ଲୋକଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦେବେ । ଜୋନାଲ କାଉନସିଲ ବୈଠକ ଓ ତା’ର ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତି ଅନୁସାରେ ରାଜ୍ୟଗୁଡ଼ିକ ନିଜର ବ୍ୟାଙ୍କିଙ୍ଗ ସୁବିଧା ନଥିବା ପଂଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଇବେ ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଉପସଚିବ କୁମାର ରାମ କ୍ରିଷ୍ଣା ଚିଠି ଲେଖି ସମସ୍ତ ଗାଁର ୫ରୁ ୧୦କିମି ଅଂଚଳ ପରିସୀମାରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ଜୁଲାଇ ମାସରେ ଆନ୍ତଃରାଜ୍ୟ ପରିଷଦ ବୈଠକରେ ଯେଉଁ ଆହ୍ୱାନ ଦେଇଥିଲେ ଓ ପରବର୍ତ୍ତୀ ସମୟରେ ଜୋନାଲ ପରିଷଦ ବୈଠକଗୁଡ଼ିକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିଲା ସେହି ଆଧାରରେ ରାଚ୍ୟ ସରକାରମାନେ ନିଜ ନିଜର ସମବାୟ ବ୍ୟାଙ୍କ ମାଧ୍ୟମରେ ବ୍ୟାଙ୍କିଙ୍ଗ ସୁବିଧା ନଥିବା ଗାଁଗୁଡ଼ିକର ୫କିମି ବ୍ୟାସାର୍ଦ୍ଧ ଅଂଚଳରେ ଏହି ବ୍ୟାଙ୍କର ଶାଖା ଅବା କାଉଂଟର ଖୋଲିବାର ସମ୍ଭାବନା  ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ବ୍ୟାଙ୍କ ଶାଖା ଓ କାଉଂଟର ଖୋଲି ତା’ର ସବିଶେଷ ତଥ୍ୟ ଦେବାକୁ ଅନୁରୋଧ କରିଥିଲେ । ଏହାପରେ ପ୍ରାୟ ଦୁଇମାସ ପରେ ନଭେମ୍ବର ୨୯ତାରିଖରେ ପୁଣିଥରେ ଏହି ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ କରାଇବାର ସ୍ଥିତି ସମ୍ପର୍କରେ କେନ୍ଦ୍ର ସରକାର ରିପୋର୍ଟ ମାଗିଥିଲେ । ରାଜ୍ୟ ସରକାର ଏହି ଚିଠି ଉପରେ କିଛି ପଦକ୍ଷେପ ନନେଇ ଚୁପ୍ ବସିଯାଇଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ତାଗିଦ୍ ପରେ ଚଳିତମାସରେ ଏନେଇ ପ୍ରକ୍ରିୟା ଆରମ୍ଭ କରିବା ସହ ରାଜ୍ୟ ସମବାୟ ବ୍ୟାଙ୍କକୁ ରାଜ୍ୟରେ  ବ୍ୟାଙ୍କିଙ୍ଗ ସୁବିଧା ନଥିବା ଗାଁ ଗୁଡ଼ିକର ୫କିମି ବ୍ୟାସାର୍ଦ୍ଧ ପରିମିତ ଅଂଚଳରେ ବ୍ୟାଙ୍କିଙ୍ଗ ଶାଖା କିମ୍ବା କାଉଂଟର ଖୋଲିବା ନିମନ୍ତେ ପଦକ୍ଷେପ ନେବାକୁ ରାଜ୍ୟ ସରକାର କହିଛନ୍ତି । ତେବେ କେନ୍ଦ୍ର ସରକାର ବାରମ୍ବାର ମାଗିବା ସତ୍ତ୍ୱେ ବି ରାଜ୍ୟ ସରକାର ଏ ସଂକ୍ରାନ୍ତ ତଥ୍ୟ ଦେଇନଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ କିଛିବର୍ଷ ଧରି କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଫୋରମରେ ବାରମ୍ବାର ଦାବି କରି ଆସୁଥିଲେ । ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ରିପୋର୍ଟ ଅନୁସାରେ ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ୬୭୯୮ଟି ପଂଚାୟତ ମଧ୍ୟରୁ ୨୫୦୨ଟି ପଂଚାୟତରେ ବ୍ୟାଙ୍କ ଶାଖା ଥିବାବେଳେ ୪୨୩୪ଟି ପଂଚାୟତରେ ବ୍ୟାଙ୍କିଙ୍ଗ ପ୍ରତିନିଧି କାମ କରୁଛନ୍ତି । ୧୩ଟି ପଂଚାୟତରେ ପୋଷ୍ଟାଲ ବ୍ୟାଙ୍କ କାମ କରୁଛି । ବାକି ୬୨ଟି ପଂଚାୟତରେ କୌଣସି ସୁବିଧା ନାହିଁ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ZzDgq9P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages