ଡାକ୍ତର ଶୁଭଶ୍ରୀଙ୍କ ବାପା ଥାନାର ଦ୍ୱାରସ୍ଥ, ହାଇକୋର୍ଟ ଗଲେ ବୟଫ୍ରେଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 20, 2023

ଡାକ୍ତର ଶୁଭଶ୍ରୀଙ୍କ ବାପା ଥାନାର ଦ୍ୱାରସ୍ଥ, ହାଇକୋର୍ଟ ଗଲେ ବୟଫ୍ରେଣ୍ଡ

କେନ୍ଦୁଝର( ପ୍ରଣୟ ପାଣି ): ବହୁ ଚର୍ଚ୍ଚିତ ମହିଳା ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାକୁ ୨୦ ଦିନ ଅତିକ୍ରମ କରି ସାରିଥିବା ବେଳେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ବାପା ମନୋରଞ୍ଜନ କର । ଏନେଇ ସେ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ ଓ ତାଙ୍କର ଅନ୍ୟ ୩ ସାଥୀ ଡାକ୍ତରଙ୍କ ବିରୋଧରେ ଯୋଡ଼ା ଥାନରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଶୁଭଶ୍ରୀଙ୍କ ବାପା ଦେଇଥିବା ଏତଲାକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଡାକ୍ତର ଦିବ୍ୟରଞ୍ଜନ ମାଝୀ ।

ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର ଏବଂ ଡାକ୍ତର ଦିବ୍ୟରଂଜନ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରେ ପଢୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ଯୋଡ଼ା ଅଞ୍ଚଳରେ ଚାକିରି କରିବାରୁ ସଂପର୍କ ନିବିଡ଼ ହୋଇଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଶାରିରୀକ ସଂପର୍କ ଥିଲେ ମଧ୍ୟ ବିବାହ ନିମନ୍ତେ ଡାକ୍ତର ଦିବ୍ୟରଂଜନ ମନା କରି ଦେଇଥିଲେ।

ଦିବ୍ୟରଞ୍ଜନ ପ୍ରତାରଣା କରିଥିବା ଅଭିଯୋଗରେ ଡାକ୍ତର ଶୁଭଶ୍ରୀ ଯୋଡ଼ା ଥାନାରେ ଗତ ଡିସେମ୍ବର ୨୦ରେ ଅଭିଯୋଗ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଆଲୋଚନା ମାଧ୍ୟମରେ ଏହି ଘଟଣାର ସମାଧାନ ହୋଇଥିଲା। ହେଲେ ଉକ୍ତ ଦିନ ହିଁ ଦିବ୍ୟରଞ୍ଜନ ଚାକିରି ଛାଡ଼ି କେଉଁ ଆଡ଼େ ଚାଲି ଯାଇଥିଲେ।

ଏହାପରେ ଡିସେମ୍ବର ୩୧ରେ ସହକର୍ମୀଙ୍କ ସହ ଧୁମଧାମରେ ଜିରୋ ନାଇଟ୍ ସେଲିବ୍ରେସନ କରିଥିଲେ ଶୁଭଶ୍ରୀ। ହେଲେ ଜାନୁଆରୀ ୧ ତାରିଖରେ ସରକାରୀ କ୍ୱାର୍ଟର୍ସରୁ ତାଙ୍କ ମୃତଦେହ ମିଳିଥିଲା ।

ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ବିଷକ୍ରିୟାଜନିତ ବୋଲି କୁହାଯାଇଛି । ସେହିପରି ଭିସେରା ରିପୋର୍ଟରେ ମଦ୍ୟ ପାନ ସହ ନିଦ ବଟିକା ଖାଇଥିବା ଯୋଗୁଁ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ତେବେ ଏହା ଷଡ଼ଯନ୍ତ୍ର ବୋଲି ଶୁଭଶ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ।

ଏନେଇ ଶୁଭଶ୍ରୀଙ୍କ ବାପା କହିଛନ୍ତି, ମୋ ଝିଅର ମୃତ୍ୟୁ ପାଇଁ ଡାକ୍ତର ଦିବ୍ୟରଞ୍ଜନ ମାଝି ହିଁ ଦାୟୀ ବୋଲି ଥାନାରେ ଏତଲା ଦେଇଛି। ଏଥିସହ ତାଙ୍କ ୩ ସାଙ୍ଗଙ୍କ ନାଁରେ ମଧ୍ୟ ଅଭିଯୋଗ କରିଛି। ଭିସେରା ରିପୋର୍ଟରେ ଝିଅ ଶରୀରରେ ଆଲକହଲ ଓ ନିଶା ବଟିକାର ମାତ୍ରା ଥିବା ଜଣାପଡ଼ିଛି। ଆଲକହଲ ସହ କିଏ ନିଶା ବଟିକା ମିଶାଇ ଦେଇଥାଇ ପାରେ ବୋଲି ସନ୍ଦେହ କରୁଛି।

ଝିଅର ମୃତ୍ୟୁ ସମୟରେ ଡାକ୍ତର ଦିବ୍ୟରଞ୍ଜନ ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ ବି ଷଡଯନ୍ତ୍ର କରି ଅନ୍ୟ ଦ୍ୱାରା ଏପରି କରି ଥାଇ ପାରିଥାନ୍ତି ବୋଲି ଅନୁମାନ କରୁଛି। ଝିଅ ରୁମ୍‌ରେ ଏକ ବୋତଲ ଅଧା ଖୋଲା ଥିବା ବେଳେ ତା’ ଭିତରେ କିଛି ପାଉଡର ଥିଲା। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟରେ ଉକ୍ତ ବୋତଲରେ ଥିବା ପଦାର୍ଥ ଶରୀରରେ ନ ଥିବା ଜଣା ପଡ଼ିଥିଲା। ତେଣୁ ଯଦି ଝିଅ ଉକ୍ତ ବୋତଲରେ ଥିବା ସାମଗ୍ରୀକୁ ପିଇ ନ ଥିଲା, ତେବେ ଆଉ କିଏ ସେଠାରେ ଥିଲା ତାହା ତଦନ୍ତସାକ୍ଷେପ । ଏନେଇ ଯୋଡ଼ା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/C2lfxBd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages