ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା, ୫୭ ଯାତ୍ରୀ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 8, 2023

ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା, ୫୭ ଯାତ୍ରୀ ଗୁରୁତର

ୱାଶିଂଟନ: ଭୟଙ୍କର ଦୁର୍ଘଟଣା। ଦୁଇ ମେଟ୍ରୋ ଟ୍ରେନ୍ ମଧ୍ୟରେ ଧକ୍କା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦକ୍ଷିଣ ଆମେରିକାର ମେକ୍ସିକୋରେ ଘଟିଛି ଏହି ଦୁର୍ଘଟଣା।

ସୂଚନା ମୁତାବକ, ମେକ୍ସିକୋ ସିଟିର ମେଟ୍ରୋ ଲାଇନ୍ ୩ରେ ଶନିବାର ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଲା ରାଜା ଓ ପୋଟ୍ରେରୋ ଷ୍ଟେସନ ମଧ୍ୟରେ ଘଟିଥିଲା। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୭ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଚିକିତ୍ସା ଚାଲିଛି।

ମେକ୍ସିକୋ ଖବରକାଗଜ ଏଲ ୟୁନିଭର୍ସାଲ ଅନୁଯାୟୀ, ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ତଥା ଟ୍ରେନ ଧକ୍କାରେ ପ୍ରାଣ ହରାଇଥିବା ଯୁବତୀଙ୍କ ପରିବାରଙ୍କ ପ୍ରତି ମେକ୍ସିକୋ ସରକାର ସମବେଦନା ଜ୍ଞାପନ କରିଛନ୍ତି।

ଆହତମାନଙ୍କ ମଧ୍ୟରେ ଟ୍ରେନର ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ଏଲ ୟୁନିଭର୍ସାଲ ରିପୋର୍ଟ ଅନୁଯାୟୀ ଟ୍ରେନରେ ଫସି ରହିଥିବା ଚାରି ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସରକାରଙ୍କ ସଚିବ, ସିଭିଲ ଡିଫେନ୍ସ, ବିସ୍ତୃତ ବିପଦ ପରିଚାଳନା ଏବଂ ମେଟ୍ରୋ ନିର୍ଦ୍ଦେଶକ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ଟୁଇଟ କରି କହିଛନ୍ତି, ମେକ୍ସିକୋ ସିଟି ମେଟ୍ରୋରେ ଘଟିଥିବା ଦୁର୍ଘଟଣା ପାଇଁ ମୁଁ ଦୁଃଖିତ। ଦୁର୍ଭାଗ୍ୟବଶତଃ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି।

The post ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା, ୫୭ ଯାତ୍ରୀ ଗୁରୁତର appeared first on Odisha Reporter.



from Odisha Reporter https://ift.tt/v45YhlZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages