ଗୋଠଛଡ଼ା ଦନ୍ତାର ଉପଦ୍ରବ, ଭାଙ୍ଗିଲାଣି ୧୫ରୁ ଅଧିକ ଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 7, 2023

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଭାଙ୍ଗିଲାଣି ୧୫ରୁ ଅଧିକ ଘର

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଦୁଧିଆଣି ଓ କରଞ୍ଜିଆ ରେଞ୍ଜ ଅଞ୍ଚଳରେ ଏକ ଗୋଠଛଡ଼ା ଦନ୍ତାହାତୀ କିଛି ଦିନ ହେବ ଉପଦ୍ରବ ଚଳାଇଛି। ଗତ ତିନି ଦିନ ମଧ୍ୟରେ ହାତୀଟି ୧୫ରୁ ଅଧିକ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରି ସାରିଲାଣି। ଦନ୍ତାଟି ଘର ଭାଙ୍ଗିବା ସହିତ ଘରେ ଥିବା ଧାନ ଚାଉଳ ଖାଇ ଯାଉଥିବା ଦେଖିବାକୁ ମିଳିଛି।

ଏକ ଘରର ଝରକା ଭାଙ୍ଗି ଦେଇଛି ହାତୀ

ଗତକାଲି ଦିନ ଦ୍ୱିପହରେ କୁଇତା ଗାଁରେ ହାତୀଟି ପଶି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛି। ସେହିପରି ବିଳମ୍ବିତ ରାତିରେ କରଂଜିଆ ରେଞ୍ଜର ଡୁମୁରିଆ ଗାଁରେ ପଶି ୪ଟି ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ଯାଇଛି।

ଗାଁରେ ପଶିଛି ହାତୀ

ତା’ସହିତ ବାଗଦଫା ଓ ଅନ୍ଧାରଝରି ଗାଁରେ ଗୋଟିଏ ଲେଖାଏଁ ଘର ଭାଙ୍ଗିଥିବା ସୂଚନା ମିଳିଛି। ସେଥିପାଇଁ ପୂରା କରଞ୍ଜିଆ ବନଖଣ୍ଡର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ତୁରନ୍ତ ଲୋକଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବାକୁ ଦାବି ହୋଇଛି।

ସୂଚନାଯୋଗ୍ୟ, ଶନିବାର ଅନୁଗୋଳ ଜିଲ୍ଲା ଅନୁଗୋଳ ବନଖଣ୍ଡର ଭିନ୍ନ ଭିନ୍ନ ଗାଁରେ ୪ ଜଣଙ୍କୁ ମାରି ଦେଇଛି ଏକ ଗୋଠଛଡ଼ା ମାଈ ହାତୀ। ସକାଳେ ମାତ୍ର କେଇ ଘଣ୍ଟା ମଧ୍ୟରେ ୪ ଜଣଙ୍କୁ ମାରିବା ପରେ ହାତୀଟି ବଅଁରପାଳ ଅଞ୍ଚଳକୁ ଚାଲି ଯାଇଥିଲା।

The post ଗୋଠଛଡ଼ା ଦନ୍ତାର ଉପଦ୍ରବ, ଭାଙ୍ଗିଲାଣି ୧୫ରୁ ଅଧିକ ଘର appeared first on Odisha Reporter.



from Odisha Reporter https://ift.tt/CZOgYoL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages