ପାଟନା: ରାମାୟଣ ଉପରେ ପର୍ଯ୍ୟବେସିତ ରାମଚରିତମାନସ ପୁସ୍ତକକୁ ନେଇ ବଡ଼ ବୟାନ ଦେଇଛନ୍ତି ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର। ତାଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ବିଜେପି ଏହା ବିରୋଧରେ ସ୍ୱର ଉଠାଇଛି। ନୀତୀଶ କୁମାରଙ୍କ ସରକାରରେ ମନ୍ତ୍ରୀ ଥିବା ଆରଜେଡି ନେତା ଚନ୍ଦ୍ରଶେଖର ନାଳନ୍ଦା ଓପନ ବିଶ୍ୱବିଦ୍ୟାଳୟର ୧୫ତମ ସମ୍ମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିହାର ରାଜ୍ୟପାଳ ଫଗୁ ଚୌହାନ ବି ଉପସ୍ଥିତ ଥିଲେ। ନିଜ ଅଭିଭାଷଣରେ ସେ ରାମଚରିତମାନସକୁ ନେଇ ବଡ଼ ବୟାନ ଦେଇଛନ୍ତି।
ସେ କହିଛନ୍ତି, “ସମାଜର ପଛୁଆ ବର୍ଗର ଲୋକ ଶିକ୍ଷିତ ହେଲେ ସେମାନେ ବିଷାକ୍ତ ହୋଇଯିବେ ବୋଲି ରାମଚରିତମାସନରେ କୁହାଯାଇଛି। ତେଣୁ ଏହାକୁ ବିରୋଧ କରାଯାଉଥିଲା। ରାମଚରିତମାନସ, ମନୁସ୍ମୃତି ଓ ଏମଏସ୍ ଗୋଲୱାଲକରଙ୍କ ବିଚାରଧାରା ସମାଜରେ ଭେଦଭାବ ସୃଷ୍ଟି କରୁଥିଲା।
ପ୍ରେମ ଓ ଭଲ ପାଇବା ହିଁ ଗୋଟିଏ ଦେଶକୁ ମହାନ କରେ। ରାମଚରିତମାନସ, ମନୁସ୍ମୃତି ଓ କିଛି ବିଚାରଧାରା କେବଳ ବିଷମଞ୍ଜି ବୁଣେ ଓ ସମାଜକୁ ଭାଗଭାଗ କରେ। ଏହି କାରଣ ପାଇଁ ଲୋକମାନେ ମନୁସ୍ମୃତିକୁ ଜାଳିଥିଲେ ଓ ରାମଚରିତମାନସର କିଛି ଅଂଶକୁ ବାଦ ଦେଇଥିଲେ। ଏହି ଅଂଶରେ ଦଳିତ ଓ ପଛୁଆ ବର୍ଗର ଶିକ୍ଷାକୁ ବିରୋଧ କରାଯାଇଥିଲା।”
Bihar Education Minister from RJD “Ramcharit Manas spreads hatred”
Few days ago Jagdanand Singh said “Ram Janmbhoomi is nafrat ki zameen”
This is not Sanyog but Votebank ka Udyog
Will action be taken?
RJD bats for PFI , SIMI but abuses HINDU Astha for vote? https://t.co/NiUrJ0Yugt pic.twitter.com/KBYs2yo48f
— Shehzad Jai Hind (@Shehzad_Ind) January 11, 2023
ତେବେ ରାମଚରିତମାନସ ଉପରେ ଚନ୍ଦ୍ରଶେଖରଙ୍କ ଏପରି ବୟାନକୁ ଭାରତୀୟ ଜନତା ପାର୍ଟି(ବିଜେପି) ବିରୋଧ କରିଛି। ଦଳର ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, “ଆରଜେଡିରୁ ବିହାରର ଶିକ୍ଷାମନ୍ତ୍ରୀ ହୋଇଥିବା ଚନ୍ଦ୍ରଶେଖର କହିଛନ୍ତି ରାମଚରିତମାନସ ଘୃଣାର ପ୍ରଚାର କରୁଥିଲା।
କିଛି ଦିନ ତଳେ ବିହାରର ଆରଜେଡି ମୁଖ୍ୟ ଜଗଦାନନ୍ଦ ସିଂହ କହିଥିଲେ ରାମ ଜନ୍ମଭୂମି ହେଉଛି ଘୃଣାର ଜମି। ଏହା ସଂଯୋଗ ନୁହେଁ ବରଂ ଭୋଟ ବ୍ୟାଟର ଉଦ୍ୟୋଗ। କ’ଣ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ? ଆରଜେଡି ସବୁବେଳେ ଫିଏଫଆଇ, ସିମିର ଓକିଲାତି କରୁଛି। କିନ୍ତୁ ଭୋଟ ପାଇଁ ହିନ୍ଦୁ ଆସ୍ଥାକୁ ସମାଲୋଚନା କରୁଛି?”
The post ରାମଚରିତମାନସକୁ ନେଇ ବିହାର ଶିକ୍ଷାମନ୍ତ୍ରୀଙ୍କ ବଡ଼ ବୟାନ, ଆପତ୍ତି କଲା ବିଜେପି appeared first on Odisha Reporter.
from Odisha Reporter https://ift.tt/eT4YBRI
No comments:
Post a Comment