ସଚିନ ଓ ବିରାଟଙ୍କ ମଧ୍ୟରେ ବଡ଼ କ୍ରିକେଟର କିଏ? ଜବାବ ଦେଲେ ଗାଙ୍ଗୁଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 12, 2023

ସଚିନ ଓ ବିରାଟଙ୍କ ମଧ୍ୟରେ ବଡ଼ କ୍ରିକେଟର କିଏ? ଜବାବ ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିଆରେ ଶତକ ହାସଲ କରିବା ପରେ ଷ୍ଟାର ବ୍ୟାଟର ବିରାଟ କୋହଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହା ଦିନିକିଆରେ ତାଙ୍କର ୪୫ତମ ଶତକ ଥିଲା। ୩୪ ବର୍ଷୀୟ ବିରାଟ ୮୭ ବଲରେ ୧୧୩ ରନର ଇନିଂସ ଖେଳିବାରୁ ଟିମ ଇଣ୍ଡିଆ ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ ରନରେ ମଧ୍ୟ ହରାଇ ଦେଇଛି।

ଶତକୀୟ ଇନିଂସ ପରେ ବିରାଟ କୋହଲି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ସଚିନଙ୍କ ଭଳି ବିରାଟ ମଧ୍ୟ ଘରୋଇ ମାଟିରେ ୨୦ଟି ଦିନିକିଆ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଏଥିସହ ସଚିନଙ୍କ ମୋଟ ୪୯ଟି ଦିନିକିଆ ଶତକ ଠାରୁ ବିରାଟ ଆଉ ୪ଟି ଶତକ ପଛରେ ରହିଛନ୍ତି। ବିରାଟ ଖୁବଶୀଘ୍ର ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହେବେ ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା।

ଏସବୁ ଭିତରେ ସଚିନ ଓ ବିରାଟଙ୍କ ମଧ୍ୟରୁ କିଏ ବଡ଼ ବା ଶ୍ରେଷ୍ଠ କ୍ରିକେଟର, ତା’ର ଜବାବ ଦେଇଛନ୍ତି ବିସିସିଆଇର ପୂର୍ବତନ ବସ୍‌ ସୌରଭ ଗାଙ୍ଗୁଲି। ସେ କହିଛନ୍ତି, “ଏହା ଏକ କଠିନ ପ୍ରଶ୍ନ, ଯାହାର ଉତ୍ତର ଦେବା କଷ୍ଟକର। କୋହିଲ ଜଣେ ଚମତ୍କାର ଖେଳାଳି। ସେ ଏପରି ଅନେକ ଇନିଂସ ଖେଳିଛନ୍ତି। ୪୫ଟି ଶତକ ହାସଲ କରିବା ଏତେ ସହଜ କଥା ନୁହେଁ। ତାଙ୍କ ପାଖରେ ଗୋଟିଏ ସ୍ୱତନ୍ତ୍ର ଦକ୍ଷତା ବା କଳା ରହିଛି। ଗୋଟିଏ ସମୟ ଥିଲା ସେ ରନ କରିପାରୁ ନଥିଲେ। କିନ୍ତୁ ସେ ଜଣେ ସ୍ୱତନ୍ତ୍ର ଖେଳାଳି। ସେ ବାରମ୍ବାର ଏକଥା ପ୍ରମାଣ କରି ଦେଖାଇଛନ୍ତି।”

କୋହଲି ଶ୍ରୀଲଙ୍କା ବିପକ୍ଷରେ ନିଜର ୪୫ମ ତମ ଦିନିକିଆ ଶତକ ହାସଲ କରିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ଶତକ ସଂଖ୍ୟା ୭୩ରେ ପହଞ୍ଚିଛି।

The post ସଚିନ ଓ ବିରାଟଙ୍କ ମଧ୍ୟରେ ବଡ଼ କ୍ରିକେଟର କିଏ? ଜବାବ ଦେଲେ ଗାଙ୍ଗୁଲି appeared first on Odisha Reporter.



from Odisha Reporter https://ift.tt/FpxXqvb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages