ମର୍ମନ୍ତୁଦ ଦୁର୍ଘଟଣା: ୫ଟି ବାଇକ୍‌କୁ ପିଟି ଓଲଟି ପଡ଼ିଲା ସ୍କର୍ପିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 25, 2023

ମର୍ମନ୍ତୁଦ ଦୁର୍ଘଟଣା: ୫ଟି ବାଇକ୍‌କୁ ପିଟି ଓଲଟି ପଡ଼ିଲା ସ୍କର୍ପିଓ

ବୌଦ୍ଧ ଜିଲ୍ଲା ବହିରା ଛକଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ୫ଟି ବାଇକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛି। ଏହା ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ଆଜି ସକାଳେ ଏକ ସ୍କର୍ପିଓ ବଲାଙ୍ଗୀରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବହିରା ଛକଟାରେ ସ୍କର୍ପିଓଟି ଆଗରେ ଯାଉଥିବା ୫ଟି ବାଇକ୍‌କୁ ଗୋଟାଏ ପରେ ଗୋଟାଏ ପିଟି ଚାଲିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବାଇକ୍‌ଗୁଡ଼ିକ ରାସ୍ତାର ବିଭିନ୍ନ ସ୍ଥାନରେ ଛିନଛତ୍ର ହୋଇ ପଡ଼ିଥିବା ବେଳେ ଚାଳକମାନେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ଘଟାଇ ସ୍କର୍ପିଓଟି ରାସ୍ତାରେ ଓଲଟି ପଡ଼ିଥିଲା। ସ୍କର୍ପିଓ ଚାଳକଙ୍କୁ ପୁଲିସ୍‌ ଅଟକ ରଖିଛି। 

ଏହି ଦୁର୍ଘଟଣାରେ ୫ ବାଇକ୍‌ ଚାଳକଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତ ବାଇକ୍‌ ଚାଳକ ହେଲେ ଆଇଁଲାପଳି ପିଇଓ ଗୋବିନ୍ଦ ସାହୁ ମୃତ । ଏହି ସମୟରେ ନିକଟରେ ହୋଟେଲ ପାଖରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଆଇଁଲାପଳି ପିଇଓ ଗୋବିନ୍ଦ ସାହୁ ମୃତ ପତାକା ଉତ୍ତୋଳନ ନିମନ୍ତେ ପଞ୍ଚାୟତ ଅଫିସ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। 

ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହାପରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ୫୭ ନଂ ଜାତୀୟ ଅବରୋଧ କରିଛନ୍ତି। ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ବି ପରିସ୍ଥିତି ଶାନ୍ତ ପଡ଼ିନି। କ୍ଷତିପୂରଣ ଜିଦ୍‌ରେ ଅଡ଼ି ବସିଛନ୍ତି ସ୍ଥାନୀୟ ଲୋକେ। ଫଳରେ ଉଭୟ ପଟରେ ଶହ ଶହ ଗାଡି ମୋଟର ଅଟକି ରହିଛି । 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/k0hvfuZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages