ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ହିଜାବ ବିବାଦ। ଇରାନ୍ରେ ମହିଳାଙ୍କ ସମେତ ଅନେକ ଲୋକେ ରାସ୍ତାକୁ ଓହ୍ଲାଇ ଡ୍ରେସ୍ କୋଡ୍ ନିୟମକୁ କଡା ବିରୋଧ କରୁଛନ୍ତି। ଏଥିରୁ କ୍ରୀଡା ଜଗତ ମଧ୍ୟ ବାଦ୍ ପଡିନି।
ଗତ ବର୍ଷ ଫିଫା ବିଶ୍ୱକପରେ ଇରାନ ଦଳ ସରକାର ବିରୋଧରେ ପ୍ରତିବାଦ କରି ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରିବାକୁ ମନା କରିଦେଇଥିଲେ। ବର୍ତ୍ତମାନ ଚେସ ଖେଳରେ ଏହି ହିଜାବ ବିବାଦ ମଧ୍ୟ ସାମ୍ନାକୁ ଆସିଛି। ଇରାନର ମହିଳା ଚେସ ଖେଳାଳି ସାରା ଖାଦିମ ଏକ ଟୁର୍ନାମେଣ୍ଟରେ ବିନା ହିଜାବରେ ମ୍ୟାଚ ଖେଳିଥିଲେ। ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହୋଇଥିଲା। ଏହି ଫଟୋ ଦେଖିବା ପରେ ଏବେ ରାଗିଯାଇଛି ଇରାନ। ରାଗରେ ସାରାଙ୍କୁ ଦେଇଛି ଧମକ।
ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଫାଇଡ୍ ୱାର୍ଡ ରାପିଡ ଓ ବ୍ଲିଜ ଚେସ୍ ଇଣ୍ଟରନ୍ୟାସନାଲ ଚାମ୍ପିଅନସିପ୍ କାଜାଖସ୍ତାନରେ ଆୟୋଜିତ ହୋଇଥିଲା। ଏଥିରେ ୨୫ ବର୍ଷୀୟ ସାରା ଖାଦିମ ବିନା ହିଜାବ ପିନ୍ଧି ମ୍ୟାଚ୍ ଖେଳିଥିଲେ। ଇରାନର ନିୟମ କୁତାବକ, ଦେଶର ପ୍ରତିଟି ମହିଳା ଓ ଯୁବତୀ ଦେଶ ଭିତରେ ଏବଂ ବାହାରେ ପ୍ରତିଟି ସ୍ଥାନରେ ହିଜାବ ପିନ୍ଧିବା ଜରୁରୀ। କିନ୍ତୁ ସାରା ଏହି ନିୟମଙ୍କୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିଲେ।
ରଏଟର୍ସ ମୁତାବକ, ଇରାନ୍ ସାରା ଖାଦିମଙ୍କୁ ଫୋନ୍ କରି ବ୍ୟକ୍ତିଗତ ରୂପେ ଧମକ ଦେଇଛି। ପ୍ରତିଯୋଗୀତା ପରେ ଇରାନ ନ ଫେରିବାକୁ ତାଙ୍କୁ ଚେତାବନୀ ଦିଆଯାଇଛି। ଯଦି ସେ ଇରାନ୍ ଆସନ୍ତ ତେବେ ତାଙ୍କ ପରିସ୍ଥିତି ଭୟଙ୍କର ହେବ। ସେପଟେ ସାରା ଖାଦିମଙ୍କ ପରିବାର ଓ ସମ୍ପର୍କିୟ ଏବେବି ଇରାନ୍ରେ ଅଛନ୍ତି । ତାଙ୍କୁ ମଧ୍ୟ ଇରାନ ସକରାର ଧମକ ଦେଇଛି।
ସୂଚନା ଅନୁସାରେ ଟୁର୍ଣ୍ଣାମେଣ୍ଟ ପରେ ମଙ୍ଗଳବାର ତଥା ଜାନୁଆରୀ ୩ ତାରିଖରେ ସାରା ଇରାନ ଫେରିବା ବଦଳରେ ସ୍ପେନ୍ ପହଞ୍ଚିଥିଲେ। ଫୋନ୍ରେ ଧମକ ମିଳିବା ପରେ କଜାଖସ୍ତାନ ସରକାର ସାରାଙ୍କୁ ସୁରକ୍ଷା ଯୋଗାଇ ଦେଇଛନ୍ତି। ତାଙ୍କ ରୁମ୍ ବାହାରେ ୨୪ ଘଣ୍ଟିଆ ଗାର୍ଡଙ୍କୁ ମୁତୟନ କରାଯାଇଛି। ଅନ୍ୟପଟେ ଇରାନ ବିଦେଶ ମନ୍ତ୍ରାଳୟ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ଦେଇନାହିଁ।
୨୦୧୭ରେ ସାରା ଫିଲ୍ମମେକର୍ ଓ ଶୋ’ ପ୍ରେଜେଣ୍ଟର ଆର୍ଦେଶ୍ରୀ ଅହମ୍ମଦଙ୍କୁ ବିବାହ କରିଥିଲେ। ସାରା ବେଶ୍ ମଡେର୍ଣ୍ଣ ଅଟନ୍ତି। ସୋଶାଲ ମିଡିଆରେ ପ୍ରାୟତଃ ସେ ବିନା ହିଜାବରେ ଫଟୋ ଶେଆର କରନ୍ତି।
The post ହିଜାବ ନ ପିନ୍ଧିବାରୁ ଚେସ୍ ଖେଳାଳିଙ୍କୁ ଧମକ appeared first on Odisha Reporter.
from Odisha Reporter https://ift.tt/blQnkjL
No comments:
Post a Comment