ଏଣିକି ମଧ୍ୟାହ୍ନ ଭୋଜନରେ ଭାତ ସାଙ୍ଗକୁ ମିଳିବ ଚିକେନ, ଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 5, 2023

ଏଣିକି ମଧ୍ୟାହ୍ନ ଭୋଜନରେ ଭାତ ସାଙ୍ଗକୁ ମିଳିବ ଚିକେନ, ଫଳ

କୋଲକାତା: ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଜନସମର୍ଥନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଅଭିନବ ଯୋଜନା  ଆରମ୍ଭ କରିଛନ୍ତି। ଏହି ନୂଆ ଯୋଜନା ଅନୁଯାୟୀ ଏଣିକି ସ୍କୁଲରେ ଭାତ ସାଙ୍ଗକୁ ଋତୁକାଳୀନ ଫଳ,ଅଣ୍ଡା ଓ ଚିକେନ ମିଳିବ। ଚଳିତ ଜାନୁଆରୀ ମାସରୁ ୪ ମାସ ଲାଗି ଏହି ଖାଦ୍ୟ ପରସାଯିବ। ଆଗକୁ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଥିବାରୁ ମମତାଙ୍କର ଏହା ଅଭିନବ ରଣନୀତି ବୋଲି କୁହାଯାଉଛି । ପିଏମ ପୋଷଣ ଯୋଜନାରେ ସପ୍ତାହରେ ଦିନକୁ ଚାଉଳ, ଆଳୁ, ସୋୟାବିନ୍ ଏବଂ ଅଣ୍ଡା, ଚିକେନ୍ ଏବଂ ଋତୁକାଳୀନ ଫଳ ଭାବେ ପୁଷ୍ଟିକର ଖାଦ୍ୟ ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ପ୍ରତ୍ୟେକ ଛାତ୍ରଙ୍କୁ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ସପ୍ତାହକୁ ୨୦ଟଙ୍କା ଖର୍ଚ୍ଚ ହେବ ଏବଂ ଏହି ପ୍ରକ୍ରିୟା ୧୬ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ୧.୧୬ କୋଟିରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ। ଏଥିପାଇଁ ପଶ୍ଚିମବଙ୍ଗ ସରକାର ୩୭୧ କୋଟି ଟଙ୍କା ଶିକ୍ଷା ବିଭାଗକୁ ପ୍ରଦାନ କରିଛନ୍ତି।

ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ, ଆଳୁ, ସୋୟାବିନ୍ ଏବଂ ଅଣ୍ଡା ବ୍ୟତୀତ ଚାରି ମାସ ଧରି ପ୍ରତି ସପ୍ତାହରେ ଚିକେନ୍ ଏବଂ ଫଳ ଦିଆଯିବ। ତେବେ ଏପ୍ରିଲ ପରେ ଏହି ବ୍ୟବସ୍ଥା ଜାରି ହେବାର ସମ୍ଭାବନା ନାହିଁ ବୋଲି ବିଦ୍ୟାଳୟ ବିଭାଗର ଜଣେ ଅଧିକାରୀ କହିଛନ୍ତି। ମଧ୍ୟାହ୍ନ ଭୋଜନ ବାବଦରେ ଏହି ଖର୍ଚ୍ଚର ୬୦ ପ୍ରତିଶତ ରାଜ୍ୟ ସରକାର ବହନ କରୁଥିବାବେଳେ ୪୦ ପ୍ରତିଶତ କେନ୍ଦ୍ର ସରକାର ବହନ କରୁଛନ୍ତି। ତେବେ ଏହି ପଦକ୍ଷେପ ଏକ ରାଜନୈତିକ ବିବାଦ ସୃଷ୍ଟି କରିଛି।

The post ଏଣିକି ମଧ୍ୟାହ୍ନ ଭୋଜନରେ ଭାତ ସାଙ୍ଗକୁ ମିଳିବ ଚିକେନ, ଫଳ appeared first on Odisha Reporter.



from Odisha Reporter https://ift.tt/qcL9bef

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages