ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର ): ଏବେ ସମଗ୍ର ରାଜ୍ୟରେ ହକି ଫିଭର। ଭାରତ ଖେଳୁଥିବା ମ୍ୟାଚର ଟିକେଟ ପାଇବାକୁ ପ୍ରବଳ ପ୍ରତିଯୋଗିତା । ଏହାର ଫାଇଦା ଉଠାଉଛନ୍ତି କଳାବଜାରୀ। ଏପରି ସୁଯୋଗରେ ଅନଲାଇନ୍ରେ ଚଢ଼ା ଦାମରେ ଟିକେଟ ବିକ୍ରି କରି ମାଲେମାଲ ହେଉଥିବା ୫ ଜଣଙ୍କୁ ବାନ୍ଧିଛି ଶହୀଦ ନଗର ଥାନା ପୁଲିସ୍।
ଏହି କଳାବଜାରୀମାନେ ୧୦୦ ଟଙ୍କାର ଟିକେଟକୁ ହଜାରେ ଟଙ୍କା, ୨ ଶହ ଟିକଟକୁ ୨ ହଜାର ଓ ୫ ଶହ ଟଙ୍କାର ଟିକଟକୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ । ଏହା ଜାଣି ସେମାନଙ୍କୁ ଧରିବାକୁ ଜାଲ ବିଛାଇଲା ପୁଲିସ୍। ଆଉ ଜାଲ୍ରେ ପଡ଼ି ଏବେ ପୁଲିସ୍ କବଜାରେ ଅଛନ୍ତି ଏହି ୫ କଳାବଜାରୀ।
ଆସନ୍ତା ୧୯, ୨୪ ଓ ୨୯ ତାରିଖରେ ହେବାକୁ ଥିବା ମ୍ୟାଚ ପାଇଁ ଏହି କଳବଜାରୀମାନେ ଟିକେଟ ବିକ୍ରି କରୁଥିଲେ। ଏଥିନିମନ୍ତେ ସେମାନେ ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରୁଥିଲେ। ମ୍ୟାଚ ଦେଖିବାକୁ ଆଗ୍ରହୀ ଲୋକେ କଲ୍ କଲେ ସେମାନେ ନିର୍ଦ୍ଦିଷ୍ଟ ଜାଗାକୁ ଡାକୁଥିଲେ। ଏହାପରେ ଅନ୍ ଦି ସ୍ପଟ୍ ଟଙ୍କା ନେଇ ଟିକେଟ ଦେଉଥିଲେ।
ଏପରି ଏକ ଗ୍ୟାଙ୍ଗ ରାଜଧାନୀରେ ସକ୍ରିୟ ଥିବା ଜାଣିପାରି କମିଶନରେଟ ପୁଲିସ୍ ସେମାନଙ୍କୁ ଧରିବାକୁ ଜାଲ ବିଛାଇଥିଲା। ଉକ୍ତ କଳା ବଜାରୀଙ୍କୁ ଫୋନ୍ କରି ସେମାନେ କହିଥିବା ଜାଗାରେ ପହଞ୍ଚି ସେମାନଙ୍କୁ ବାନ୍ଧିଛି ପୁଲିସ୍ । ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ଛାତ୍ର ଥିବା ବେଳେ ଅନ୍ୟମାନେ ବ୍ୟବସାୟ କରନ୍ତି ବୋଲି ଜଣାଯାଇଛି।
The post ଚଢ଼ା ଦାମରେ ବିକୁଥିଲେ ହକି ଟିକେଟ, ବନ୍ଧା ହେଲେ ୫ ଜଣ appeared first on Odisha Reporter.
from Odisha Reporter https://ift.tt/TeMzKEY
No comments:
Post a Comment