ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ। ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱୂପର୍ଣ୍ଣ ବୋଲି କୁହାଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଜେପି ନାଡ୍ଡାଙ୍କ କାର୍ଯ୍ୟକାଳ ବଢ଼ାଇ ଦିଆଯାଇଛି । ବିଜେପିର ରାଷ୍ଟ୍ରୀୟ ସଭାପତି ଭାବରେ ଜୁନ୍ ୨୦୨୪ ପର୍ୟ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏଭଳି ପରିସ୍ଥିତିରେ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ‘ମୋର ବିଶ୍ୱାସ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜେପି ନାଡ୍ଡାଙ୍କ ନେତୃତ୍ୱରେ ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ପୁଣି ଥରେ ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରିବ।’
ସୂଚନାନୁସାରେ, ନାଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ଆଗତ କରାଯାଇଥିଲା । ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟମାନଙ୍କ ସର୍ବସମ୍ମତି କ୍ରମେ ଏହା ସହମତ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଗତକାଲି ଜାତୀୟ କାର୍ଯ୍ୟକାରଣୀ ବୈଠକରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ନେତା ଓ କର୍ମୀମାନଙ୍କୁ ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବାକୁ ସେ କହିଛନ୍ତି। ଏଥିସହ ସାଧାରଣ ନିର୍ବାଚନ ୪୦୦ ଦିନ ପରେ ଅନୁଷ୍ଠିତ ହେବ ବୋଲି ମୋଦି ଜାତୀୟ କାର୍ୟ୍ୟକାରିଣୀରେ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ୧୮ରୁ ୨୫ ବର୍ଷ ବର୍ଗରେ ଥିବା ଯୁବଗୋଷ୍ଠୀଙ୍କୁ ଅଧିକ ଫୋକସ କରିବାକୁ କହିଛନ୍ତି। ସେ କହିଛନ୍ତି ଏହି ବର୍ଗର ଲୋକମାନେ ଇତିହାସ ସହ ଜଡ଼ିତ ନୁହନ୍ତି। ପୂର୍ବରୁ ଦେଶରେ ଥିବା ଖରାପ ଶାସନକୁ ଆମେ ଭୁଲୁଛେ ଓ ସୁଶାସନ ଦିଗରେ ବଢ଼ୁଛେ।
The post ଆଜି କ୍ୟାବିନେଟ୍ ବୈଠକ, ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋଦି appeared first on Odisha Reporter.
from Odisha Reporter https://ift.tt/bgauziq
No comments:
Post a Comment