କେତେ ସୁରକ୍ଷିତ ରାଜଧାନୀ ରାଜରାସ୍ତା? ମାରଣାସ୍ତ୍ର ଧରି ମହିଳା SIଙ୍କୁ ଗୋଡ଼ାଇଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 3, 2023

କେତେ ସୁରକ୍ଷିତ ରାଜଧାନୀ ରାଜରାସ୍ତା? ମାରଣାସ୍ତ୍ର ଧରି ମହିଳା SIଙ୍କୁ ଗୋଡ଼ାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ରାଜରାସ୍ତାରେ କେବଳ ସାଧାରଣ ଲୋକେ ନୁହନ୍ତି, ପୁଲିସ୍ ବି ଅସୁରକ୍ଷିତ।  ବିଚ୍‌ ରାସ୍ତାରେ ପୁଲିସ୍‌ ବର୍ଦ୍ଦିରେ ଥିବା ଜଣେ ମହିଳା ସବ୍‌ ଇନ୍ସପେକ୍ଟର ବି ଅସାମାଜିକ ଯୁବକଙ୍କ କବଳରୁ ବର୍ତ୍ତି ପାରି ନାହାନ୍ତି। ମହିଳା ଅଫିସରଙ୍କୁ ଦୁର୍ବୃତ୍ତମାନେ ଗାଡ଼ିରେ ପିଛା କରିବାରୁ ପୁଲିସ୍‌ ରିଜର୍ଭ ଗ୍ରାଉଣ୍ଡରେ ପଶି ସେ ନିଜକୁ ବଞ୍ଚାଇ ପାରିଛନ୍ତି। ଏହାଦେଖି ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି । ୨ ଦିନ ତଳେ ଏହି ଘଟଣା ଘଟିଥିବା ବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୁଲିସ୍‌।

ନୂଆବର୍ଷ ରାତିରେ ପୁଲିସ୍ SI ଶୁଭଶ୍ରୀ ନାୟକ ମହିଳା ଥାନାରୁ ଡ୍ୟୁଟି ସାରି ନିଜ କାର୍‌ରେ ଘରକୁ ଫେରୁଥିଲେ । ଆଚାର୍ଯ୍ୟ ବିହାର ନିକଟ ସାଇନ୍ସ ପାର୍କ ପାଖରେ ତାଙ୍କ କାର୍‌କୁ ଧକ୍କା ଦେବାକୁ ଚେଷ୍ଟା କରିଥିଲା ଏକ ଇନୋଭା । ଏହାପରେ ଶୁଭଶ୍ରୀ ନିଜ ବାଟରେ ଯାଇଥିବା ବେଳେ ଅଭିଯୁକ୍ତମାନେ କିନ୍ତୁ ତାଙ୍କ ପିଛା କରିଥିଲେ । ଏପରିକି ସେମାନଙ୍କ ନିକଟରେ ମାରଣାସ୍ତ୍ର ଥିବା ବେଳେ ସେମାନେ ଶୁଭଶ୍ରୀଙ୍କୁ ଗାଳିଗୁଲଜ କରି ଧମକ ଦେଉଥିଲେ।

ଏହାଦେଖଇ ପ୍ରାଣ ବିକଳରେ ପୁଲିସ୍ ରିଜର୍ଭ ଗ୍ରାଉଣ୍ଡ ଭିତରକୁ ପଶି ଯାଇଥିଲେ ମହିଳା SI ଜଣକ । ହେଲେ ଏତିକିରେ ଥମିନଥିଲା ଆତଙ୍କ । ପୁଲିସ୍ ରିଜର୍ଭ ଗ୍ରାଉଣ୍ଡ ଭିତର ଯାଏଁ ମଧ୍ୟ ସେମାନେ ଶୁଭଶ୍ରୀଙ୍କ ପିଛା କରିଥିଲେ । ଏହାଦେଖି ଶୁଭଶ୍ର ସାହାଯ୍ୟ ପାଇଁ ଚିତ୍କାର କରିବାରୁ ବାରାକରେ ଡ୍ୟୁଟି କରୁଥିବା ପୁଲିସ୍ ଅଧିକାରୀ ମହିଳା ଅଧିକାରୀଙ୍କୁ ରକ୍ଷା କରିଥିଲେ । ଏହାପରେ ଅଭିଯୁକ୍ତମାନେ ଗାଡ଼ି ସହ ଫେରାର ହୋଇ ଯାଇଥିଲେ।

ଏହି ଘଟଣା ସାମନାକୁ ଆସିବା ପରେ ଅଭିଯୁକ୍ତଙ୍କୁ ଧରିବାକୁ ଖାନତଲାସୀ ଆରମ୍ଭ କରିଛି ପୁଲିସ୍‌। ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ ଚାଲିଥିବା ବେଳେ ଗାଡ଼ିର କିମ୍ବା ଅଭିଯୁକ୍ତମାନଙ୍କର ଟେର ମିଳିପାରିନି।

କମିଶନରେଟ ପୁଲିସ୍‌ର କଡ଼ା ସୁରକ୍ଷା ବଳୟରେ ତଥା ସବୁବେଳେ ସିସିଟିଭି ନଜରରେ ରହୁଥିବା ରାଜଧାନୀ ରାଜରାସ୍ତାରେ  ଜଣେ ପୁଲିସ୍‌ ଅଧିକାରୀ ସୁରକ୍ଷିତ ରହୁ ନ ଥିବା ବେଳେ ସାଧାରଣ ଲୋକ କେତେ ସୁରକ୍ଷିତ ତାହା ସହଜେ ଅନୁମେୟ । ଏହାବାଦା ଏବେ ବିଶ୍ୱକପ ହକି ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଥିବା ବେଳେ ରାସ୍ତାରେ ମାଳ ମାଳ ପୁଲିସ୍‌ ପଇଁତରା ମାରୁଛନ୍ତି। ଏହାପରେ ବି କିପରି କିଛି ଅଭିଯୁକ୍ତ ଜଣେ ମହିଳା ପୁଲିସ୍‌ ଅଧିକାରୀଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାକୁ ପିଛା କଲେ ତାହା ଜଣାପରୁନି।

The post କେତେ ସୁରକ୍ଷିତ ରାଜଧାନୀ ରାଜରାସ୍ତା? ମାରଣାସ୍ତ୍ର ଧରି ମହିଳା SIଙ୍କୁ ଗୋଡ଼ାଇଲେ ଦୁର୍ବୃତ୍ତ appeared first on Odisha Reporter.



from Odisha Reporter https://ift.tt/uPrt2el

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages