୧୩ରୁ ବିଶ୍ୱକପ ହକି; ଖେଳାଳିଙ୍କ ପ୍ଲେଟରେ ପରସାଯିବ ମାଣ୍ଡିଆ ଡିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 3, 2023

୧୩ରୁ ବିଶ୍ୱକପ ହକି; ଖେଳାଳିଙ୍କ ପ୍ଲେଟରେ ପରସାଯିବ ମାଣ୍ଡିଆ ଡିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବ ପୁରୁଷ ବିଶ୍ୱକପ୍ ହକି ମ୍ୟାଚ୍ । ଏହି ସମୟରେ ଦେଶ ବିଦେଶରୁ ଖେଳାଳି ଓଡ଼ିଶାକୁ ଆସିବେ। ସେମାନଙ୍କୁ ବିଭିନ୍ନ ଖାଦ୍ୟ ସହ ମାଣ୍ଡିଆ ବି ପରସାଯିବ ।  ମାଣ୍ଡିଆରେ ପ୍ରସ୍ତୁତ ଭଳିକି ଭଳି ସ୍ନାକ୍ସ ସାଙ୍ଗ ଅନ୍ୟ ଡିସ୍‌ ବି ଖେଳାଳିଙ୍କୁ ଖାଇବାକୁ ଦିଆଯିବ । ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

୨୦୨୩ ହେଉଛି ଅନ୍ତର୍ଜାତୀୟ ମାଣ୍ଡିଆ  ବର୍ଷ । ତେଣୁ ମାଣ୍ଡିଆର ପ୍ରସାର ପ୍ରଚାର ପାଇଁ ଫିକି ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛି ରାଜ୍ୟ କୃଷି ବିଭାଗ   ।  ମାଣ୍ଡିଆ ଚାଷ ଓ ଏହା ଦ୍ୱାରା ପ୍ରସ୍ତୁତ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ରାଜ୍ୟ କୃଷି ବିଭାଗ ପକ୍ଷରୁ ଏପରି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ହକି ବିଶ୍ୱକପ ସମୟରେ ଷ୍ଟାଡିୟମ ଭିତରେ  ମାଣ୍ଡିଆ ଷ୍ଟଲ୍ ଖୋଲାଯିବ । ଏହି ଷ୍ଟଲରୁ ଦର୍ଶକ ଓ ଖେଳାଳି ମାଣ୍ଡିଆ ପ୍ରସ୍ତୁତ ସମସ୍ତ ଖାଦ୍ୟ ପାଇପାରିବେ ।

କୃଷି ମନ୍ତ୍ରୀ ରାଜା ସ୍ୱାଇଁ କହିଛନ୍ତି, ମାଣ୍ଡିଆର ବହୁଳ ପ୍ରଚାର ପ୍ରସାର ଦ୍ୱାରା ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ । ଏଥିରେ ଖୁବ୍‌ ପୋଷଣ ଥିବା ବେଳେ କମ୍‌ ଦାମ ହେତୁ ଏହାକୁ ଗରୀବ ଲୋକେ ବି କିଣି ଖାଇପାରିବେ।

କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କ କହିବାନୁଯାୟୀ, ଆଗରୁ ଲୋକେ ମାଣ୍ଡିଆ ଜାତୀୟ ଖାଦ୍ୟ ଖାଉଥିଲେ। କିନ୍ତୁ କାଳକ୍ରମେ ତାହା ପ୍ଲେଟରୁ ଉଭାନ ହୋଇଗଲା। ଏବେ ପୁଣି ଥରେ ଏହି ଚାଷକୁ ପ୍ରୋତ୍ସାହନ ଦେବା ସହ ପ୍ଲେଟରୁ ପୁଣି ଥରେ ଏହାକୁ ସ୍ଥାନ ଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏଥିନିମନ୍ତେ ଫିକି ସହ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଛି।

The post ୧୩ରୁ ବିଶ୍ୱକପ ହକି; ଖେଳାଳିଙ୍କ ପ୍ଲେଟରେ ପରସାଯିବ ମାଣ୍ଡିଆ ଡିସ୍‌ appeared first on Odisha Reporter.



from Odisha Reporter https://ift.tt/YRLNKpu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages