ୟୁକ୍ରେନ୍ରେ ଜାରି ରହିଥିବା ଯୁଦ୍ଧର ଅବସାନ ଘଟାଇବା ପାଇଁ ଯଦି କିଛି ଉଦ୍ୟମ କରାଯାଏ ତେବେ ତାକୁ ଆମେରିକା ସ୍ୱାଗତ ଜଣାଇବ। ହ୍ୱାଇଟ୍ ହାଉସ୍ର ପରାମର୍ଶଦା ଜନ୍ କିର୍ବି ଏହା କହିଛନ୍ତି। ୟୁକ୍ରେନ୍ ରୁସିଆ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ପରିସମାପ୍ତି ଘଟାଇବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ କେବଳ ସକ୍ଷମ ହୋଇପାବେ ବୋଲି ଜନ୍ କିର୍ବି କହିଛନ୍ତି। ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ କରିବାର ପ୍ରାୟ ୯ ମାସ ପରେ ମଧ୍ୟ ଲଢ଼େଇର ଅନ୍ତ ଘଟୁନାହିଁ। ଏହା ଭିତରେ ବହୁ ବଳମ୍ବ ଘଟିସାରିଲାଣି। ରୁଷର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ ଏକପ୍ରକାର ନିଶ୍ଚିହ୍ନ ହେବାକୁ ବସିଲାଣି। ବିଳମ୍ବ ହୋଇସାରିଥିଲେ ମଧ୍ୟ ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରୁଛି ସେ, ଉଭୟଦେଶ ମଧ୍ୟରେ ହସ୍ତକ୍ଷେପ କରି ଯୁଦ୍ଧ ଟାଳିବାକୁ ପଦକ୍ଷେ ନିଅନ୍ତୁ।
#WATCH | I'll let the PM speak to whatever efforts he's willing to undertake. US would welcome any effort that could lead to an end of hostilities in Ukraine: John Kirby on being asked if there is still time for PM Modi to stop the war or convince President Putin
— ANI (@ANI) February 10, 2023
(Source: WH) pic.twitter.com/6BOiR3VKea
ରୁଷ ରାଷ୍ଟ୍ରପତି ଭ୍ଲଦିମିର ପୁଟିନଙ୍କୁ କେବଳ ମୋଦି ହିଁ ବୁଝାଇବାରେ ସକ୍ଷମ ହୋଇପାରିବେ ବୋଲି ଜନ୍ କିର୍ବି କହିଛନ୍ତି। ୟୁକ୍ରେନରେ ଯୁଦ୍ଧ ପରିସ୍ଥତିର ଅନ୍ତ ଘଟାଇବା ପାଇଁ ଯାହା କିଛି ପଦକ୍ଷେପ ନିଆଯିବ ତାକୁ ଆମେରିକା ସ୍ୱାଗତ ଜଣାବ ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ୟୁକ୍ରେନ ରୁଷ ଯୁଦ୍ଧ ଟାଳିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ବିଳମ୍ବ ହୋଇଛି କି ପ୍ରଶ୍ନରେ ଜନ୍ କିର୍ବି ଉପରୋକ୍ତ ଉତ୍ତର ରଖିଛନ୍ତି। ଜନ୍ କିର୍ବି କହିଛନ୍ତି ଯେ, ଏବେବି ଯୁଦ୍ଧକୁ ବିରାମ ଦେବାରେ ପୁଟିନଙ୍କ ପାଖରେ ସମୟ ଅଛି। ପ୍ରଧାନମନ୍ତ୍ରୀ ମୋଦି କେବଳ ପୁଟିନଙ୍କୁ ମନେଇପାରିବେ। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରୁଛି ଯେ ଦୁଇ ଦେଶ ମଧ୍ୟରେ ଉପୁଥିବା ବିବାଦର ହସ୍ତକ୍ଷେପ କରି ଆଲୋଚନା କରନ୍ତୁ। ଆମେରିକା ଏହାକୁ ସମର୍ଥନ କରିବ।
ଆମେ ଭାବୁଛୁ ଯୁଦ୍ଧ ଆଜି ହିଁ ଶେଷ ହୋଇଯିବା ଉଚିତ୍। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ମସ୍କୋଠାରେ ଭେଟିବାର ଦିନକ ପରେ ହ୍ୱାଇଟ୍ ହାଉସ୍ର ପରାମର୍ଶଦାତାଙ୍କ ଏହି ବୟାନ ଆସିଛି। ଏହି ଯୁଦ୍ଧ ପାଇଁ ଆମେରିକା ପୁଟିନଙ୍କୁ ଦାୟୀ କରିଛି। ହ୍ୱାଇଟ୍ ହାଉସ୍ର ପରାମର୍ଶଦାତା କହିଛନ୍ତି ଜଣେ ବ୍ୟକ୍ତି ପୁଟିନଙ୍କ ପାଇଁ ୟୁକ୍ରେନବାସୀଙ୍କ ଜୀବନ ଆଜି ଯନ୍ତ୍ରଣା ଜର୍ଜରିତ। କେବଳ ପୁଟିନ ଚାହିଁଲେ ଯୁଦ୍ଧ ବନ୍ଦ ହୋଇ ପାରିବ ବୋଲି ସେ କହିଛନ୍ତି । ଏହାର ସମାଧାନ ବଦଳରେ ସେ କ୍ଷେପଣାସ୍ତ୍ର ନିକ୍ଷେପ କରୁଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/2cd9pNx
No comments:
Post a Comment