ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ୱାଇଏସ୍ଆର୍ସିପି ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁତ୍ର ମଙ୍ଗୁଟା ରାଘବଙ୍କୁ ଶୁକ୍ରବାର ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦକାର ବାରବାର ସମ୍ପର୍କିତ ମଙ୍ଗୁଟା ରାଘବଙ୍କୁ ଭେଟିଥିବା ଇଡି ତାର ଅଭିଯୋଗପତ୍ରରେ ଦର୍ଶାଇଛି।
ଗତ ସେପ୍ଟେମ୍ବର ମାସରେ ଇଡି ଚେନ୍ନାଇର ଟି. ନଗରସ୍ଥିତ ଗୋଟାଏ ଅଡିଟ୍ ଫାର୍ମରେ ଚଢ଼ାଉ କରିଥିଲା। ଉକ୍ତ ଫାର୍ମ ‘ୱାଇଏସ୍ଆର୍ସିପି’ର ସାଂସଦ ଶ୍ରୀନିବାସୁଲୁ ରେଡ୍ଡୀଙ୍କ ସହିତ ସମ୍ପୃକ୍ତ ଥିବା ସନ୍ଦେହ କରାଯାଇଥିଲା। ପୂର୍ବରୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ ଝିଅ କେ. କବିତାଙ୍କ ପୂର୍ବତନ ଅଡିଟର୍ ବୁଟ୍ଚିବାବୁ ଗୋରାନ୍ତ୍ଲାଙ୍କୁ ସିବିଆଇ ଗିରଫ କରିଥିଲା। ଏହା ପରେ ଶୁକ୍ରବାର ଏହି ମାମାଲାରେ ମଙ୍ଗୁଟା ରାଘବଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏହି ମାମଲାରେ ଡିସେମ୍ବର ୧୨ ତାରିଖ ଦିନ ସିବିଆଇ ଟିମ୍ ହାଇଦ୍ରାବାଦରେ କେ. କବିତାଙ୍କୁ ୭ ଘଣ୍ଟା ଜେରା କରିଥିଲା।
ମଦ ନୀତି ମାମଲାରେ ହୋଇଥିବା ଲାଞ୍ଚ କାରବାରରେ ‘ସାଉଥ୍ କାର୍ଟେଲ୍’ର ଅଂଶୀଦାର ଥିବା କେ. କବିତା ଉପକୃତ ହୋଇଥିଲେ ବୋଲି ‘ସିବିଆଇ’ କହିଥିଲା। ଦିଲ୍ଲୀ ଅବକାରୀ ଦୁର୍ନୀତି ନେଇ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତରଫରୁ କୋର୍ଟରେ ଦାଏର କରାଯାଇଥିବା ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ ଝିଅ କେ କବିତାଙ୍କର ନାଁ ରହିଛି। ବିବାଦୀୟ ଅବକାରୀ ନୀତିକୁ ଦିଲ୍ଲୀ ସରକାର ପ୍ରତ୍ୟାହାର କରି ନେଇଥିଲେ ମଧ୍ୟ ଏହାକୁ ନେଇ ଯେଉଁ ଦୁର୍ନୀତି ଘଟିଛି ତାହା ଉପରେ ବର୍ତ୍ତମାନ ତଦନ୍ତ ଅବ୍ୟାହତ ରହିଛି। ଏଥିସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଅନେକ ଅଭିଯୁକ୍ତଙ୍କ ସହ କବିତାଙ୍କ ନାଁ ମଧ୍ୟ ରହିଛି। ଇଡି ତଦନ୍ତରୁ ଜାଣିପାରିଛି ଯେ, କେ କବିତା ହେଉଛନ୍ତି ‘ସାଉଥ୍ ଗ୍ୟାଙ୍ଗ୍’ର ଜଣେ ସଦସ୍ୟ ଯେଉଁମାନେ ମଦ ନୀତି ପ୍ରବର୍ତ୍ତନ ସମୟରେ ଆମ୍ ଆଦ୍ମୀ ପାର୍ଟି ସରକାରକୁ ପ୍ରାୟ ୧୦୦ କୋଟି ଟଙ୍କା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦୁଇଟି ଚାର୍ଜସିଟ୍ ଦାଖଲ କରି ଏହି ମମଲାରେ ସମୁଦାୟ ୯ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଇଡି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/W5qhNIO
No comments:
Post a Comment