ଆଜି ସରିବ ଅଭିଯୁକ୍ତ ଗୋପାଳ ଦାସର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ନେଇ ହତ୍ୟା ରହସ୍ୟ ଖୋଜିବାକୁ ଚେଷ୍ଟା କରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ପୁଣି ତାକୁ ରିମାଣ୍ଡରେ ନିଆଯିବ ନା ନାହିଁ, ଏଯାଏ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଏହାରି ଭିତରେ ହତ୍ୟାର ସମ୍ପର୍କରେ ଏବେବି ଅନ୍ଧାରରେ ଅଛି ତଦନ୍ତକାରୀ ଦଳ।
ଗତକାଲି କ୍ରାଇମସ୍ପଟରେ ନକଲି ବନ୍ଧୁକରେ ଅସଲି ଅପରାଧର ଡେମୋ ଦେଖାଇଥିଲା ଗୋପାଳ। ବ୍ରଜରାଜନଗରରେ କ୍ରାଇମସିନ୍ ରିକ୍ରିଏସନବେଳେ ନବଙ୍କୁ କେମିତି ପଏଣ୍ଟ ବ୍ଲାଙ୍କରେ ମାରିଥିଲା, ସେହି ଲୋମଟାଙ୍କୁରା ଦୃଶ୍ୟ ଦେଖାଇଥିଲା ଗୋପାଳ। ପ୍ରାୟ ୪୦ ମିନିଟ୍ ଯାଏଁ ରକ୍ତରଂଜିତ ମୂହୁର୍ତ୍ତର ପ୍ରତିଟି ଦିଗକୁ ବର୍ଣ୍ଣନା କରିବାବେଳେ କ୍ରାଇମବ୍ରାଞ୍ଚ ଭିଡ଼ିଓଗ୍ରାଫି କରିଥିଲା। କ୍ରାଇମ ସିନ୍ ରିକ୍ରିଏସନ୍ ପରେ ଗୋପାଳକୁ ଝାରସୁଗୁଡ଼ା ସେକେଣ୍ଡ୍ ବାଟାଲିୟନକୁ ନେଇ ପୁଣି ଜେରା କରିଥିଲା କ୍ରାଇମବ୍ରାଞ୍ଚ।
ନବ ଦାସ ହତ୍ୟା ମାମଲାର ତଦନ୍ତର ତଦାରଖ କରୁଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି. ଦାସ ଗତକାଲି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି।
ଆଜି ସେ ଘଟଣାସ୍ଥଳକୁ ଯାଇ ତଦନ୍ତର ତଦାରଖ କରିବେ। ସେହିପରି ପୁଲିସ ଡିଜି ସୁନିଲ ବଂଶଲ, ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବପଣ୍ଡା ଓ ଆଇନ ଶୃଙ୍ଖଳା ଏଡିଜି ଆର୍.କେ.ଶର୍ମା ପ୍ରମୁଖ
ଜଷ୍ଟିସ୍ ଜେ.ପି. ଦାସଙ୍କ ସହ ଝାରସୁଗୁଡ଼ା ଗସ୍ତରେ ଅଛନ୍ତି। ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ୧୦ ଦିନ ଧରି ତନାଘନା ଚଳାଇଥିବା ବେଳେ ତଦନ୍ତର ଦିଗ ସମ୍ପର୍କରେ
କୌଣସି ତଥ୍ୟ ସାମ୍ନାକୁ ଆସିପାରିନି।
ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଗୋପାଳ। ଗୋପାଳଙ୍କ ରିଭଲର୍ଭରରୁ ବାହାରିଥିବା ପ୍ରଥମ ଗୁଳିଟି ନବଙ୍କ ଛାତିରେ ବାଜିଥିଲା।।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/QeUIBqC
No comments:
Post a Comment