ଚଳନ୍ତା ଟ୍ରକ୍ରେ ନିଆଁ ଲାଗି ଯିବାରୁ ଜୀବନ ଦଗ୍ଧ ହୋଇଗଲେ ଡ୍ରାଇଭର। ଏପରି ହୃଦୟବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ତେରବେଡା ନିକଟରେ। ମୃତ ଡ୍ରାଇଭର ଜଣଙ୍କର ପରିଚୟ ମିଳିନାହିଁ।
ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ତେରଵେଡା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ପରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ, ଗାଡି ଭିତରୁ ଡ୍ରାଇଭର ବାହାରି ପାରିନଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଡ୍ରାଇଭର କ୍ୟାବିନ ଭିତରେ ଚାପି ହୋଇ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ସେତେବେଳକୁ ଗାଡ଼ି ସହ ଡ୍ରାଇଭର ସମ୍ପୂର୍ଣ୍ଣ ଜଳି ଯାଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ଟ୍ରକ୍ରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟରୁ ନିଆଁ ନା ଆଉ କିଛି କାରଣ ଅଛି ତାହା ମଧ୍ୟ ଜଣାପଡ଼ି ନାହିଁ। ଟ୍ରକ୍ରେ ଡ୍ରାଇଭର ଏକୁଟିଆ ଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/q1I6EDC
No comments:
Post a Comment