ନାବାଳିକା ଘରୋଇ ସହାୟିକାଙ୍କୁ ନିର୍ଯାତନା ଘଟଣା; ଚାକିରିରୁ ବିଦା ହେଲେ ଅଭିଯୁକ୍ତ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 9, 2023

ନାବାଳିକା ଘରୋଇ ସହାୟିକାଙ୍କୁ ନିର୍ଯାତନା ଘଟଣା; ଚାକିରିରୁ ବିଦା ହେଲେ ଅଭିଯୁକ୍ତ ଦମ୍ପତି

ନାବାଳିକା ଘରୋଇ ସହାୟିକାଙ୍କୁ ଅକଥନୀୟ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଥିବା ନୂଆଦିଲ୍ଲୀର ଦମ୍ପତିଙ୍କ ଅଡ଼ୁଆ ବଢ଼ିଲା। ଉଭୟ ଘରୋଇ ସଂସ୍ଥାରେ ଚାକିରି କରିଥିବା ବେଳେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏନେଇ ସେମାନେ ଚାକିରି କରୁଥିବା ସଂସ୍ଥା ଟ୍ୱିଟ କରି ସୂଚନା ଦେଇଛନ୍ତି।

ନାବାଳିକାଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ ତାଙ୍କୁ ନିଯୁକ୍ତି ଦେଇଥିବା ପ୍ଲେସମେଣ୍ଟ ଏଜେନ୍ସିକୁ ଖୋଜିବା ଆରମ୍ଭ କରିଛି।

ନୂଆଦିଲ୍ଲୀ ଗୁରୁଗ୍ରାମ ଅଞ୍ଚଳରେ ରହୁଥିବା ମନୀଷ ଖଟ୍ଟର ଏବଂ ତାଙ୍କ ପତ୍ନୀ କମଲଜିତ କୌର ଚାକିରି କରିଥିବାରୁ ସେମାନଙ୍କ ଛୋଟ ଛୁଆର ଯତ୍ନ ନେବା ପାଇଁ ୧୭ ବର୍ଷୀୟା ନାବାଳିକାଙ୍କୁ ଘରେ ରଖୁଥିଲେ। ମାତ୍ର ସେମାନେ ତାଙ୍କୁ ଖାଇବାକୁ ଦେଉ ନ ଥିବା ବେଳେ ପ୍ରବଳ ପିଟୁଥିଲେ। ଏପରିକି ନାବାଳିକାଜଣକ ଭୋକ ବିକଳରେ ଡଷ୍ଟବିନରୁ ପଚାସଢ଼ା ଖାଦ୍ୟ ଉଠାଇ ଖାଉଥିଲା। ତାକୁ ସେମାନେ ରାତିରେ ଶୋଇବାକୁ ବି ଦେଉ ନ ଥିଲେ।

ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ୍‌ ନାବାଳିକଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରିଛି। ତାଙ୍କ ହାତ, ପାଦ ଏବଂ ପାଟିରେ ଗଭୀର କ୍ଷତ ଚିହ୍ନ ରହିଛି। ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ମଧ୍ୟ ପୁଲିସ୍‌ ସୂଚନା ଦେଇଛି।

ଘରୋଇ ସହାୟକଙ୍କୁ ନିଯୁକ୍ତି ଦେଇ ଏପରି ନିର୍ଦ୍ଦୟ କାଣ୍ଡ କରୁଥିବା ଦମ୍ପତିଙ୍କୁ କଡ଼ା ଶାସ୍ତି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/p7ScFr5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages