ସାପ କାମୁଡିବାରୁ, ସାପ ସହ ମେଡିକାଲକୁ ଚାଲିଆସିଲେ ଜଣେ ବ୍ୟକ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ।
ରାଙ୍କି ମୁଣ୍ଡାସାହିରେ ଗୁରା ମୁଣ୍ଡାଙ୍କୁ ଗତକାଲି ରାତିରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ସାପ ଉପରେ ଗୋଡ଼ ପଡ଼ିଯିବାରୁ ତାଙ୍କ ପାଦକୁ ସାପ କାମୁଡ଼ି ଦେଇଥିଲା। ଏହାପରେ ଗୁରା ନିଜ ସ୍ତ୍ରୀକୁ ସାପ କାମୁଡ଼ିଥିବା ସ୍ଥାନରେ ଗାମୁଛା ବାନ୍ଧି ଦେବାକୁ କହିଥିଲେ। ପରେ ଗୁରା ଗ୍ରାମବାସୀଙ୍କୁ ଡାକି ସାପ ଧରିବାକୁ ଚେଷ୍ଟା କରିଥିଲେ।
ଗ୍ରାମବାସୀ ଓ ଗୁରା ମିଶି ସାପକୁ ଧରିଥିଲେ। ପରେ ତାକୁ ବସ୍ତାରେ ପୂରାଇ ଗ୍ରାମବାସୀଙ୍କ ସହ ଗୁରା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା। ସେଠାରେ ଗୁରାଙ୍କ ଚିକତ୍ସା କରାଯାଇଥିଲା। ଗୁରା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେ ସୁସ୍ଥ ଥିବା ଚିକିତ୍ସାଧୀନ ଡାକ୍ତର କହିଛନ୍ତି।
ସାପ ଧରାଳି ମେଡିକାଲରେ ପହଞ୍ଚି ଅଖା ଭିତରୁ ସାପକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/lgQoV2N
No comments:
Post a Comment