ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୂରାମ୍ବ ଗାଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ରାସ୍ତା ପାଶ୍ୱର୍ରେ ଥିବା ଖୁଣ୍ଟକୁ ଧକ୍କା ଦେଇ ୧୫ ଫୁଟ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତ ଜଣକ ହେଲେ ଶିକୁଳିପଦର୍ ପଞ୍ଚାୟତ ପଦ୍ମପୁର ଗାଁର ଟିଟୁ ନାୟକ। ଆହତ ଜଣଙ୍କ ହେଲେ ବଡଗଡ ଥାନା ଅନ୍ତର୍ଗତ ବଳରାମପୁର ଗାଁର କାଳିଆ ନାୟକ। ଟିଟୁ ଓ କାଳିଆ ସମ୍ପର୍କରେ ଶଳା ଓ ଭିଣୋଇ ହେବେ।
ଗତକାଲି କାଳିଆ ଶୁଦ୍ଧକ୍ରିୟା ଭୋଜିରେ ଯୋଗ ଦେବା ପାଇଁ ଟୁଟୁଙ୍କ ଘରକୁ ଯାଇଥିଲା। ଉଭୟ ଶଳା ଭିଣୋଇ ସନ୍ଧ୍ୟା ସମୟରେ କୌଣସି କାମରେ ବାଇକ୍ ଯୋଗେ ଲୁହାଗୁଡ଼ି ଯାଇଥିଲେ। ପଦ୍ମପୁର ଫେରିଲା ବେଳେ ମଧୁରାମ୍ବ ଗାଁ ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଖୁଣ୍ଟକୁ ଧକ୍କା ଦେଇ ରାସ୍ତାର ୧୫ ଫୁଟର ତଳକୁ ଖସିପଡ଼ିଥିଲା।
ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଟୁଟୁଙ୍କୁ ମୃତ ଘୋଷଣା କରିଥିଲେ। କାଳିଆଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ବାଇକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/x1JQPmZ
No comments:
Post a Comment