୪ ଫେବୃଆରୀ, ଶନିବାର: ବକେୟା ଦରମା ହସ୍ତଗତ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 3, 2023

୪ ଫେବୃଆରୀ, ଶନିବାର: ବକେୟା ଦରମା ହସ୍ତଗତ ହେବ

ମେଷ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ବେପାର ବାଣିଜ୍ୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ, ମାଲି ମୋକଦ୍ଦମାରେ ବିଜୟୀ ହେବେ ।

ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି । ଭଲ ସୁଯୋଗ ମିଳିବ । ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ, ବକେୟା ଦରମା ହସ୍ତଗତ ହେବ।

ମିଥୁନ: କୌଣସି ଆନୁଷ୍ଠାନିକ କାଯର୍ୟରେ ଯୋଗଦାନ କରିପାରନ୍ତି, ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କର୍ମକ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରି ପ୍ରଶଂସିତ ହେବେ। ଗାଡି ଚଲେଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ, ଯାନ୍ତ୍ରିକ ତ୍ରୁଟି ବା ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ।

କର୍କଟ: ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। ବ୍ୟବସାୟରେ ଉନ୍ନତି ଦେଖା ଦେବ, ନୂତନ ଯୋଜନା ପ୍ରସ୍ତୁତ କରିବେ। ସାମାଜିକ କାର୍ଯ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

ସିଂହ: ମନ ପ୍ରସନ୍ନ ରହିବ । କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧ୍ୟମ ଓ ସଂଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ । ପରିବାର ଲୋକଙ୍କ ସହିତ ହସଖୁସିରେ ସମୟ ବିତେଇବେ ।

କନ୍ୟା: ଆର୍ଥିକ ଲାଭ ହେବ । ପତ୍ନୀଙ୍କ ଉତ୍ସାହ ପ୍ରେରଣା ଅନେକାଂଶରେ ସଫଳତା ଆଣିଦେବ। ନୂତନ ଗୃହ ନିର୍ମାଣ ପାଇଁ ଯୋଜନା କରି ବିଜୟୀ ହେବେ । ବ୍ୟବସାୟୀମାନେ ନୂଆ ନିବେଶରେ ଲାଭବାନ ହେବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ, ଛାତ୍ର ଛାତ୍ରୀଙ୍କ ମନ ଅସ୍ଥିର ରହିବ।

ତୁଳା: ଜଗିରଖି ଚଳନ୍ତୁ । ଶାରୀରିକ ପୀଡ଼ା ଓ ମାନସିକ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। କାମ ଧନ୍ଦା ମାମଲାରେ ପରିସ୍ଥିତି ଭଲ ରହିବ । ଖେଳାଳିମାନେ ସୁନାମ ଅର୍ଜନ କରିବେ । ପାରିବାରିକ ଜୀବନ ସୁଖମୟ ହେବ ।

ବିଛା: ସମସ୍ତ ଦିଗରେ ସଫଳତା ହାସଲ କରିବେ । ଶତୃମାନେ ପରାଜିତ ହେବେ । ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ । କୌଣସି ଶୁଭ ଖବର ଶୁଣିପାରନ୍ତି। ବ୍ୟବସାୟ ପାଇଁ ନୂତନ ଚୁକ୍ତିପତ୍ର ସ୍ୱାକ୍ଷରିତ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ରହିବ ।

ଧନୁ: କାମ ପ୍ରତି ଉତ୍ସାହ ବୃଦ୍ଧି ପାଇବ । ଆର୍ଥିକ ଚିନ୍ତା ଦୂର ହେବ। ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ସହଯୋଗ କରିବେ।

ମକର: ମନୋବଳ ଦୃଢ଼ ରହିବ । ଯେକୌଣସି କାମ କରିବେ ସେଥିରେ ସଫଳତା ମିଳିବ। ରାଜନୀତି କ୍ଷେତ୍ରରେ କୌଣସି ନୂଆ ଦାୟିତ୍ୱ ମିଳିପାରେ । ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।

କୁମ୍ଭ: ନିଜର ବୁଦ୍ଧି ବିବେକ ବଳରେ କାର୍ଯ୍ୟ କରିବା ଦ୍ୱାରା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ, ବହୁ ଦିନର ଆଶା ଅଭିଳାଷ ପୂରଣ ହେବ ।

ମୀନ: ଶୁଭାଶୁଭ ମିଶ୍ରିତ ଫଳ ପାଇବେ। ନିଜର ଲୋକ ବିରୁଦ୍ଧାଚରଣ କରିବେ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ ହେବ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/VJDQMKT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages