କାନାଡା ଆକାଶରେ ଅଜ୍ଞାତ ବସ୍ତୁକୁ ଗୁଳି କରି ଖସାଇଲା ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 11, 2023

କାନାଡା ଆକାଶରେ ଅଜ୍ଞାତ ବସ୍ତୁକୁ ଗୁଳି କରି ଖସାଇଲା ଆମେରିକା

ଆମେରିକା ପରେ ଏବେ କାନାଡା ଆକାଶରେ ମଧ୍ୟ କିଛି ସନ୍ଦିଗ୍ଧ ବସ୍ତୁ ଦେଖିବାକୁ ମିଳିଛି। ଏହି ଅଜ୍ଞାତ ବସ୍ତୁକୁ ଏବେ ଆମେରିକା ଗୁଳି କରି ଖସାଇ ଦେଇଛି। ଆମେରିକାର ଯୁଦ୍ଧ ବିମାନ F-22 ଉକ୍ତ ସନ୍ଦିଗ୍ଧ ବସ୍ତୁକୁ ସଫଳତାର ସହ ଗୁଳି କରି ଖସାଇ ଦେଇଥିବା ଶନିବାର କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିଛନ୍ତି।

ଏହି ଅଜ୍ଞାତ ବସ୍ତୁଟି ଦେଶର ଉତ୍ତରଭାଗ ଅନ୍ତର୍ଗତ ଅଲାସ୍କାର ୪୦,୦୦୦ ଫୁଟ ଉପରେ ଆକାଶରେ ଉଡୁଥିଲା। କାନାଡ଼ାର ବାୟୁସୀମାକୁ ଉଲ୍ଲଙ୍ଘନ କରାଯାଇଥିବାରୁ ଏହାକୁ ଜଷ୍ଟିନ ଟ୍ରୁଡୋଙ୍କ ନିର୍ଦ୍ଦେଶକ୍ରମେ ସେନା ଗୁଳି କରି ଖସାଇଛି। କାନଡୀୟ ସେନା ଉକ୍ତ ବସ୍ତୁର ଭଗ୍ନାଂଶ ସବୁ ସଂଗ୍ରହ କରି ବିଶ୍ଳେଷଣ କରିବ ବୋଲି ପ୍ରଧାନମନ୍ତ୍ରୀ ଟ୍ରୁଡୋ କହିଛନ୍ତି। ମାତ୍ର ଆକାଶରେ ଧ୍ୱଂସ ହୋଇଥିବା ଅଜ୍ଞାତ ବସ୍ତୁଟି କ’ଣ ତାହା ଏଯାଏଁ ସ୍ପଷ୍ଟ ହୋଇନି। ଘଟଣା ସଂକ୍ରାନ୍ତରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ କଥାବାର୍ତ୍ତା ହୋଇଥିବା ନେଇ ଟ୍ରୁଡୋ କହିଛନ୍ତି।

ଆମେରିକାର ପ୍ରତିରକ୍ଷା ବିଭାଗ କହିଛି, ବସ୍ତୁଟିର ମୁକାବିଲା କରିବା ଲାଗି ଆମେରିକା ଓ କାନଡାର ଲଢୁଆ ବିମାନ ସବୁ ଏକତ୍ର ଉଡ଼ିଥିଲେ। ପେଣ୍ଟାଗନ୍‌ର ମୁଖପାତ୍ର ପ୍ୟାଟ୍‌ ରାଇଡର୍‌ ଜାରି କରିଥିବା ବିବୃତିରେ କହିଛନ୍ତି, କାନଡାର ଉତ୍ତରାଞ୍ଚଳର ସୁଉଚ୍ଚ ଆକାଶରେ ଉଡୁଥିବା ବସ୍ତୁଟିକୁ ଗୁଳି ମାଡ଼ କରି ଖସାଇବା ନିମନ୍ତେ କାନାଡା ସହିତ ମିଶି କାମ କରିବା ଲାଗି ଆଜି ରାଷ୍ଟ୍ରପତି ବାଇଡେନ୍‌ ‘ନର୍ଥ ଆମେରିକାନ୍‌ ଏରେସ୍ପେସ୍‌ ଡିଫେନ୍‌ସ୍‌ କମାଣ୍ଡ୍‌’କୁ ପ୍ରଦତ୍ତ ଆମେରିକୀୟ ଲଢୁଆ ବିମାନକୁ ସ୍ୱୀକୃତି ଦେଇଥିଲେ।

ଉଡ଼ନ୍ତା ବସ୍ତୁଟିର ଗତିବିଧି ଲକ୍ଷ୍ୟ କରୁଥିବା ଦୁଇଟି ‘ଏଫ୍‌-୨୨’ ଲଢୁଆ ବିମାନ ମଧ୍ୟରୁ ଗୋଟିଏ ବିମାନ ‘ଏମ୍‌୯ଏକ୍ସ’ କ୍ଷେପଣାସ୍ତ୍ର ପ୍ରୟୋଗ କରି ତାହାକୁ ତଳକୁ ଖସାଇ ଦେଇଥିବା କଥା ଆମେରିକା ପ୍ରତିରକ୍ଷା ବିଭାଗ କହିଛି।

ଏହି ଠିକ୍ ୭ ଦିନ ପୂର୍ବରୁ ଚୀନ୍‌ର ଗୁପ୍ତଚର ବେଲୁନକୁ ଆକାଶରେ ଧ୍ୱଂସ କରିଥିଲା ୟୁଏସ୍‌ଏ। ଏହି ବେଲୁନକୁ ଆମେରିକା ଧ୍ୱଂସ କରିବା ପରେ ବେଜିଂ ସହ ଏକ ରାଜନୈତିକ ଶତ୍ରୁତା ଆରମ୍ଭ ହୋଇଯାଇଥିଲା। ଏହାକୁ ନେଇ ଚୀନ୍‌ ଚିହିଁକି ଉଠିଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/kAhK8dS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages