ମାଟି ତଳେ ୧୨୮ ଘଣ୍ଟା, ଜୀବନ୍ତ ଉଦ୍ଧାର ହେଲା ନବଜାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 11, 2023

ମାଟି ତଳେ ୧୨୮ ଘଣ୍ଟା, ଜୀବନ୍ତ ଉଦ୍ଧାର ହେଲା ନବଜାତ

ମାଟିତଳେ ୧୨୮ ଘଣ୍ଟାର ସଂଘର୍ଷ। ପାଖାପାଖି ୫ ଦିନ ପରେ ଉଦ୍ଧାର ହେଲା ନବଜାତ। ଭୟଙ୍କର ଭୂମିକମ୍ପ ଯୋଗୁ ଯେଉଁଠି ହଜାର ହଜାର ଜୀବନ ଯାଇଛି ସେହି ସମୟରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏହା କୌଣସି ଚମତ୍କାର ଠାରୁ କମ୍‌ ନୁହେଁ। 

ତୁର୍କୀ ଓ ସିରିୟାରେ ବିନାଶକାରୀ ଭୂମିକମ୍ପର ପ୍ରଥମ ଝଟ୍‌କା ଲାଗିବାର ୧୨୮ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ। ଭୂମିକମ୍ପ ପରେ ତୁର୍କୀର ହେତେ ପ୍ରଦେଶରେ ଥିବା ତାଙ୍କ ଘରର ଧ୍ୱଂଶାବଶେସ ତଳେ ନବଜାତ ଶିଶୁଟି ପୋତି ହୋଇଯାଇଥିଲା। ଉଦ୍ଧାରକାରୀ ଦଳ ମାଟି ତଳେ କାନ୍ଦ ଶୁଣିବା ପରେ ଉକ୍ତ ନବଜାତ ଶିଶୁଟିକୁ ଜୀବନ୍ତ ଉଦ୍ଧାର କରିଛନ୍ତି। ତା'ର କିଛି ବି କ୍ଷତି ହୋଇନାହିଁ।

ମାଟିତଳୁ ଉଦ୍ଧାର ହୋଇଥିବା ଶିଶୁର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କୋଳରେ ଧରିଥିବା ବ୍ୟକ୍ତିଙ୍କ ଶିଶୁଟି ଆଙ୍ଗୁଠି ଚାପୁଥିବା ନଜର ଆସିଛି। ଉଦ୍ଧାର ପରେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହାପୂର୍ବରୁ ମଧ୍ୟ ଉଦ୍ଧାରକାରୀ ଦଳ ଏକ ୧୦ ଦିନର ଶିଶୁ ଓ ମାଆକୁ ଧ୍ୱଂସସ୍ତୂପ ତଳୁ ଜୀବନ୍ତ ଉଦ୍ଧାର କରିଥିଲେ। ତୁର୍କୀର ଦକ୍ଷିଣାଞ୍ଚଳସ୍ଥ ହାତୟ ପ୍ରଦେଶର ଏକ ଭୁଶୁଡ଼ିପଡ଼ିଥିବା କୋଠା ତଳେ ଫସି ରହିଥିବା ୧୦ ଦିନର ଶିଶୁ ୟାଗିଜ ଉଲାସକୁ ଉଦ୍ଧାର କରାଯାଇଛି। ଇଟା ଓ ପଥରର ଗୁଣ୍ଡ ଭିତରେ ପିଲାଟି ସହ ତା’ର ମା' ଚାପି‌ହୋଇ ରହିଥିବା ବେଳେ ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

ସେହିପରି ୧୨୨ ଘଣ୍ଟା ପରେ ୩ ଜଣ ମହିଳାଙ୍କୁ ମାଟିତଳୁ ଜୀବନ୍ତ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ। ଏମାନେ ହେଉଛନ୍ତି ୭୦ ବର୍ଷୀୟା ମେନେକସେ ତବକ, ୫୫ ବର୍ଷୀୟା ମସଲଲ୍ଲାହ ସିସେକ ଓ ତୃତୀୟ ଜଣକ ୪୦ ବର୍ଷୀୟା ଜେନେପ କହରାମନ। ତେବେ ଜେନେପଙ୍କୁ ସର୍ବ ପ୍ରଥମେ ୧୦୪ ଘଣ୍ଟା ପରେ କୋଠାର ଭଗ୍ନାବଶେଷ ମଧ୍ୟରୁ ଉଦ୍ଧାର କରାଯାଇଥିଲା। ଏମାନଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା କରାଯାଇଛି।

ତୁର୍କୀ ଓ ସିରିୟାରେ ଆସିଥିବା ଚଳିତ ଦଶନ୍ଧିର ସବୁଠାରୁ ବିନାଶକାରୀ ଭୂକମ୍ପରେ ଏବେ ସୁଦ୍ଧା ୨୮,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ସେହିପରି ହଜାର ହଜାର ଲୋକ ଆହତ ହୋଇ ଚିକିତ୍ସା ହେଉଛନ୍ତି। ଭୂମିକମ୍ପକୁ ୫ ଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ଯୁଦ୍ଧକାଳୀନ ଭିତ୍ତିରେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ld8ECZb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages